ସରକାରଙ୍କୁ ଦାମଙ୍କ ମହାନଦୀ ବାଣ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ବିଧାୟକ ଦାମୋଦର ରାଉତ ମହାନଦୀ ବାଣ ମାରିଛନ୍ତି। ଆଜି ମହାନଦୀ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଯୋଜନାକୁ କଟାକ୍ଷ କରିଛନ୍ତି ଦାମ। କହିଛନ୍ତି- “ଛତିଶଗଡ଼ ବିରୋଧରେ ଖାଲି ପ୍ରଚାର କଲେ ହେବନି। ସମସ୍ୟା ସମାଧାନ ପାଇଁ ଆମକୁ ମଧ୍ୟ କିଛି କରିବାକୁ ପଡ଼ିବ। ରାଜ୍ୟ ପାଇଁ ଯିଏ ଯୋଜନା କରୁଛି ସେ ଓଡ଼ିଶାକୁ ଦେଖିନାହାନ୍ତି।”

ଗତକାଲି ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ବାଚନ ମଣ୍ଡଳୀର ସମୀକ୍ଷା ବେଳେ ପୁଅକୁ ଡାକିଥିଲେ ବି ବିଧାୟକ ଭାବେ ତାଙ୍କୁ ଡାକି ନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି।

ମହାନନଦୀ ପ୍ରସଙ୍ଗରେ ତାଙ୍କୁ ବିଧାନସଭାରେ କହିବାର ସୁଯୋଗ ଦିଆନଯିବା ଏବଂ ଆନ୍ଦୋଳନର ରୂପରେଖ ନେଇ ତାଙ୍କ ମତାମତ ନିଆନଯିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଦାମ।

You might also like