ବିଜେଡିକୁ ପୁଣି ବାଣ ମାରିଲେ ଦାମ
ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗରେ ବିଜେଡିକୁ ପୁଣି ବାଣ ମାରିଲେ ଦଳର ବରିଷ୍ଠ ନେତା ଦାମୋଦର ରାଉତ। ମହାନଦୀର ଏବର ଗତି ଓ ସ୍ଥିତି, ନଅଙ୍କ ଦୁର୍ଭିକ୍ଷ କଥା ମନେପକାଇ ଦେଉଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସରକାର ଏ ସଂପର୍କରେ ଚିନ୍ତା ନକରି ଫାଲ୍ତୁ କାରବାରରେ ମାତିଛନ୍ତି।
ସରକାରଙ୍କ କଳସ ଓ ସାଇକେଲ ଆନ୍ଦୋଳନ ଭୋଟ୍ ଆଣିପାରେ, ହେଲେ ଦୁଇ -ତୃତୀୟାଂଶ ଲୋକଙ୍କ ଭାଗ୍ୟର ବିପର୍ଯ୍ୟୟ ଆଣିବ ବୋଲି ଦାମ କହିଛନ୍ତି। ଏଥିସହ ମହାନଦୀକୁ ନେଇ ଘୋଷିତ ୭ ପ୍ରକଳ୍ପ ଉପରେ ମଧ୍ୟ ଦାମ ପ୍ରତିକ୍ରିୟା ରଖିଛନ୍ତି।
୭ଟି ପ୍ରକଳ୍ପ ହେଲେ ରାଜ୍ୟର ଭଲ, ହେଲେ ପ୍ରକଳ୍ପ ନେଇ ସର୍ଭେ ଓ ଅଟକଳ କଣ ଗୋଟିଏ ଦିନରେ ହୋଇଗଲା ବୋଲି ପ୍ରଶ୍ନ କରିଛନ୍ତି। ମହାନଦୀକୁ ନେଇ ସରକାର ଢେର ଆଗରୁ ସତର୍କ ହେବାର ଥିଲା। ଏବେ ଏହା ଲୋକଦେଖାଣିଆ ନା ଆନ୍ତରିକତା ରହିଛି ସେ ସଂପର୍କରେ କହି ପାରିବିନି ବୋଲି ଦାମ କହିଛନ୍ତି।