ବିଧାୟକଙ୍କୁ କାମ ଅନୁସାରେ ଭତ୍ତା ମିଳୁ : ଦାମ ରାଉତ
ଭୁବନେଶ୍ୱର : ବିଧାନସଭାରେ ଅଚଳାବସ୍ଥା ନେଇ ଦାମଙ୍କ ରୋକଠୋକ୍ ବାଣୀ। ବିଜେଡିର ଏହି ବରିଷ୍ଠ ବିଧାୟକ କହିଛନ୍ତି ଯଦି କାମ ନାହିଁ ତ ଦରମା ନାହିଁ। ବିଧାୟକମାନଙ୍କୁ କାମ ଅନୁସାରେ ଭତ୍ତା ମିଳୁ। ଅଧିବେଶନ ବେଳେ ଯେତିକି ସମୟ ଗୃହ ଚାଲୁଛି, ସଦସ୍ୟମାନଙ୍କୁ ସେହି ଅନୁପାତରେ ଭତ୍ତା ମିଳୁ।
କମ୍ କାମ କରି ପୂରା ଭତ୍ତା ମିଳିବା ବ୍ୟବସ୍ଥା ବନ୍ଦ ହେଉ। ସେପଟେ ଦାମଙ୍କ କଥାକୁ ସ୍ୱାଗତ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ବି ଦାମଙ୍କ ‘ନୋ ୱାର୍କ ନୋ ପେ’ ବ୍ୟବସ୍ଥା ଲାଗୁ ଦାବିକୁ ସମର୍ଥନ କରିଛନ୍ତି।