କଂଗ୍ରେସ-ବିଜେଡି ମେଣ୍ଟ ନେଇ ଭକ୍ତଙ୍କ ଭବିଷ୍ୟତବାଣୀ, ଦାମ ବି ଛାଡ଼ିଲେ ଗୁଗ୍‌ଲି

ଭୁବନେଶ୍ୱର:୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ କର୍ଣ୍ଣାଟକ ଭଳି ସ୍ଥିତି ହେଲେ କଣ ହେବ? ଯଦି ଝୁଲା ବିଧାନସଭା ହୁଏ କେଉଁ ଦଳ କାହା ସହିତ ହାତ ମିଳାଇବ? ଏକ ଜାତୀୟ ଗଣମାଧ୍ୟମକୁ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସଙ୍କ ସାକ୍ଷାତକାର ଓ ମେଣ୍ଟ ଗଣିତ ନେଇ ଡାକ୍ତର ଦାମୋଦର ରାଉତଙ୍କ ଗୁଗ୍‌ଲି ରାଜନୈତିକ ମହଲକୁ ବେଶ୍‌ ଚର୍ଚ୍ଚାର ଖୋରାକ୍ ଯୋଗାଇଛି ।

ଏକ ଜାତୀୟ ଗଣମଧ୍ୟମକୁ ସାକ୍ଷାତକାର ଦେଇ ଭକ୍ତ କହିଛନ୍ତି କଂଗ୍ରେସ ଓ ବିଜେଡି ମଧ୍ୟରେ ମେଣ୍ଟ ହେବ । ଭକ୍ତ ଦାସଙ୍କ ଏହି ମନ୍ତବ୍ୟକୁ ନେଇ ଜୋର ଧରିଛି ଚର୍ଚ୍ଚା। ଭକ୍ତ ପାଦେ ଆଗକୁ ଯାଇ କହିଛନ୍ତି, କଂଗ୍ରେସ ଯଦି ୫୦ରୁ ଅଧିକ ସିଟ୍ ଜିତିବାରେ ସଫଳ ହୁଏ ତେବେ ନିରଜଂନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ। ତେବେ ଭକ୍ତ ଆଜି କିନ୍ତୁ ନିଜ କଥାକୁ ସାମାନ୍ୟ ବୁଲାଇଛନ୍ତି ।

ସେପଟେ ବିଜେଡି କହିଛି ଯେ, କଂଗ୍ରେସ ଓ ବିଜେପି ବିରୋଧୀ ଦଳମାନଙ୍କ ମନୋଭାବ ଉପରେ ସତର୍କ ଦୃଷ୍ଟି ରଖାଯାଇଛି ଓ ନିର୍ବାଚନ ପରେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ । ଅନ୍ୟପକ୍ଷରେ ବିଜେପି କହିଛି, କଂଗ୍ରେସ ବିଜେଡିର ଆଶାବାଡ଼ି ସାଜିଥିବା ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ଭକ୍ତଙ୍କ ମନ୍ତବ୍ୟ ତାକୁ ପ୍ରମାଣିତ କରୁଛି ।

ଏପଟେ ରାଜ୍ୟରେ ସମ୍ଭାବ୍ୟ ମେଣ୍ଟ ଚର୍ଚ୍ଚା ଭିତରେ ଗୁଗ୍‌ଲି ଛାଡିଛନ୍ତି ବରିଷ୍ଠ ରାଜନେତା ଦାମ ରାଉତ। ବିଜେଡିକୁ ଭାଙ୍ଗିବାକୁ ଚାହୁଁଛି ବିଜେପି ଓ ସାଧାରଣ ନିର୍ବାଚନ ଯଥେଷ୍ଟ ପୂର୍ବରୁ ୪୦ରୁ ୫୦ ବିଜେଡି ବିଧାୟକମାନଙ୍କୁ ଅଗ୍ରୀମ ଅର୍ଥ ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ନିର୍ବାଚନରେ ଜିତିଲା ପରେ ସେମାନଙ୍କ ସମର୍ଥନ ପାଇବା ଲାଗି ବିଜେପି ଯେଉଁ ଷ୍ଟ୍ରାଟେଜି କରୁଛି ତାହା କାମ ଦେବନି ବୋଲି ଦାମ କହିଛନ୍ତି ।

କଂଗ୍ରେସ ଅଛୁଆଁ ନୁହେଁ ବୋଲି ପୂର୍ବରୁ ନିଜେ ଦାମ ବାବୁ ଓ ସାଂସଦ ଭର୍ତ୍ତୃହରି ମହତାବ ମତ ଦେଇଥିଲେ । ତେବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଏଭଳି ସମ୍ଭାବନାକୁ ଦୃଢ଼ ଭାବେ ଖଣ୍ଡନ କରିବା ସହ ଦଳ କଂଗ୍ରେସ ଓ ବିଜେପିଠାରୁ ଦଳର ସମଦୂରତା ନୀତିରେ କୌଣସି ପରିବର୍ତ୍ତନ ହୋଇନଥିବା କହିଥିଲେ । ତେବେ ପରିବର୍ତ୍ତିତ ପରିସ୍ଥିତିରେ କେଉଁ ପାଣି କୁଆଡ଼େ ଯାଉଛି ତାହା ସମୟ ହିଁ କହିବ।

ଆହୁରି ପଢ଼ନ୍ତୁ

ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଉପରକୁ ଆକ୍ରମଣ

ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା…

କମିବ ଘରୋଇ ସ୍କୁଲ୍‌ ଫି !

ଭୁବନେଶ୍ୱରରୁ ୩୨୯ ପଜିଟିଭ ଚିହ୍ନଟ ଓ ୩୯୫ ସୁସ୍ଥ

ହାଇକୋର୍ଟରେ ମାମଲା ଦାୟର କଲେ ସମ୍ବିତ ପାତ୍ର

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

You might also like