ଧଳସାମନ୍ତ ଲିଙ୍କ୍: ବିଜେଡି ବିଧାୟକଙ୍କୁ ସମନ
ଭୁବନେଶ୍ୱର: ଧଳ ସାମନ୍ତ ବ୍ରଦର୍ସ ଲିଙ୍କ୍ ନେଇ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆସନ୍ତା ୭ତାରିଖ ଦିନ ସମସ୍ତ କାଗଜପତ୍ର ସହ ହାଜର ହେବାକୁ ପ୍ରଣବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୨୦୦୫ରୁ ୨୦୧୦ ଯାଏଁ ସବୁ ଅଡିଟ୍ ରିପୋର୍ଟ ଧରି ଆସିବାକୁ ଇଡି ପକ୍ଷରୁ ସମନ ଜାରି କରାଯାଇଛି। ପ୍ରଣବଙ୍କର ଟ୍ରାନ୍ସପୋର୍ଟ ଏଜେନ୍ସି ସହ ଡି-ଲିଙ୍କ୍ ନେଇ ଇଡି ପକ୍ଷରୁ ତନାଘନା ଚାଲିଛି।