ବିଜନ ପାଲଙ୍କ ଘରକୁ ଗୁଳିମାଡ଼ ଘଟଣାରେ ଡି-ବ୍ରଦର୍ସ ଲିଙ୍କ
ଭୁବନେଶ୍ୱର: କଟକର ବିଜନ ପାଲଙ୍କ ଘରକୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ। ଏହି ଘଟଣାରେ ଅଭିଯୁକ୍ତ ମୃତ୍ୟୁଞ୍ଜୟ ନାୟକ ଓରଫ ମିକୁକୁ ପୋଲିସ ଗିରଫ କରିଛି। ମିକୁ ଠାରୁ ୨ଟି ବିଦେଶୀ ବନ୍ଧୁକ ଓ ୨୯ ରାଉଣ୍ଡ ଗୁଳି ଜବତ କରାଯାଇଛି।
ଏହି ଗୁଳିମାଡ଼ ପଛରେ ଡି-ବ୍ରଦର୍ସଙ୍କ ହାତ ଥିବା କଟକ ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଝାରପଡ଼ା ଜେଲ୍ରେ ଥିବା ସୁଶାନ୍ତ ଧଳସାମନ୍ତଙ୍କ ନିର୍ଦ୍ଦେଶରେ ଗୁଳିମାଡ଼ ହୋଇଛି। ବଟି ନ ମିଳିବାରୁ ବିଜନ ପାଲଙ୍କ ଘରକୁ ଗୁଳିମାଡ଼ କରିବା ପାଇଁ ସୁଶାନ୍ତ କହିଥିବା ଅଭିଯୁକ୍ତ ମାନିଛି।”
ସୁଶାନ୍ତ ଧଳସାମନ୍ତଙ୍କୁ ପୁଣି ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି ଡିସିପି କହିଛନ୍ତି।