ସାଇକ୍ଲିଙ୍ଗ ଆଣ୍ଡ୍ ଆଡଭେଞ୍ଚର କ୍ଲବର ସାଇକେଲ ଶୋଭାଯାତ୍ରା
ଭୁବନେଶ୍ୱର/ପୁରୀ : ସ୍ୱର୍ଣ ତ୍ରିଭୁଜରେ ଥିବା ଭୁବନେଶ୍ୱର, ପୁରୀ ଓ କୋଣାର୍କ ଭଳି ପର୍ଯ୍ୟଟନସ୍ଥଳୀର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ସାଇକେଲ ଶୋଭାଯାତ୍ରା। ଭୁବନେଶ୍ୱରରୁ ବାହାରିଥିବା ଏହି ଶୋଭାଯାତ୍ରା ପୁରୀରେ ପହଞ୍ଚିଛି।
ଏହି ସାଇକେଲ ଶୋଭାଯାତ୍ରାର ଆୟୋଜନ କରିଛି ଭୁବନେଶ୍ୱର ସାଇକ୍ଲିଂ ଆଣ୍ଡ ଆଡଭେଞ୍ଚର କ୍ଲବ। ଭୁବନେଶ୍ୱରରୁ ପ୍ରାୟ ୭୦ ଜଣ ପୁରୁଷ ଓ ମହିଳା ଏହି ସାଇକେଲ ଯାତ୍ରାରେ ସାମିଲ ହୋଇଛନ୍ତି। ୧୨ ଘଣ୍ଟା ମଧ୍ୟରେ ସେମାନେ ୧୬୦ କିଲୋମିଟର ଅତିକ୍ରମ କରିବେ।
ପର୍ଯ୍ୟଟନ ସ୍ଥଳୀର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ସାଇକ୍ଲିଂଙ୍ଗ ଅଣ୍ଡର ଦି ଷ୍ଟାର୍ସ କାର୍ଯ୍ୟକ୍ରମରେ ପ୍ରତି ବର୍ଷ ମେ ମାସ ଦ୍ୱିତୀୟ ଶନିବାର ରାତିରେ ଏହି ସାଇକେଲ ଶୋଭାଯାତ୍ରା ଆୟୋଜନ କରାଯାଉଛି।