ଗାଧୋଉଥିବା ବେଳେ ପଛରୁ ଟାଣିନେଲା କୁମ୍ଭୀର
କେନ୍ଦ୍ରାପଡ଼ା: ନଈରେ ଗାଧୋଉଥିବା ବେଳେ ଟାଣି ନେଲା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ଡିଆପାରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗାଁର ବିଚିତ୍ର ସେଠୀଙ୍କ ୧୪ବର୍ଷର ପୁଅ ଶ୍ରୀକାନ୍ତ ସେଠୀ ହଂସୁଆ ନଦୀରେ ଗାଧୋଉଥିବା ବେଳେ ହଠାତ୍ ଏକ କୁମ୍ଭୀର ତାକୁ ଝାମ୍ପି ନେଇ ନଦୀ ଗର୍ଭକୁ ଚାଲି ଯାଇଥିଲା। ଏହାପରେ ତୁରନ୍ତ ଗାଁ ଲୋକେ ଏ ସମ୍ପର୍କରେ ବନ ବିଭାଗ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଏବେ ନଦୀରେ ଉଦ୍ଧାର କାର୍ଯ୍ୟ ଜୋରଦାର ଚଳାଇଛି। ଗାଧୁଆ ତୁଠରେ ବନ ବିଭାଗ ସୁରକ୍ଷା ବାଡ଼ ଦେଉନଥିବାରୁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ଅଭିଯୋଗ କରି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ।