କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ

କେନ୍ଦ୍ରାପଡ଼ା: କଥାରେ ଅଛି ରଖେ ହରି ତ ମାରେ କିଏ। ଅର୍ଥାତ୍ ଈଶ୍ୱର ଯାହାକୁ ରକ୍ଷା କରିବେ ତା’ର ବା କିଏ କ’ଣ କରିପାରିବ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବଡ଼ତୁବିରରେ ଗାଁରେ। ଏହି ଗାଁର ଜଣେ ଯୁବକ କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଗାଁର କିଣା ମଣ୍ଡଳ ନାମକ ଜଣେ ଯୁବକ ନିକଟସ୍ଥ ନାଳକୁ ଯାଇଥିବା ବେଳେ ହଠାତ ଏକ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା। କୁମ୍ଭୀରଟି କିଣା ମଣ୍ଡଳର ହାତକୁ ଟାଣି ନେଉଥିବା ଦେଖି ଦୁଇ ଜଣ ମହିଳା ବଡ଼ ପାଟି କରି ଦୌଡ଼ି ଆସିଥିଲେ। ହଠାତ୍‌ କିଛି ନ ପାଇଁ ସେମାନେ କୁମ୍ଭୀର ଉପରକୁ ଟେକା ଫିଙ୍ଗିଥିଲେ। ଏହା ପରେ କୁମ୍ଭୀର ଛାଡ଼ି ପଳାଇବାରୁ କିଣା ଅଳ୍ପକେ ବର୍ତ୍ତିଯାଇଥିଲେ। ଆହତ ଅବସ୍ଥାରେ ତାଙ୍କୁ ରାମନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 

You might also like