କୋର୍ଟ ପରିସରରୁ ଚମ୍ପଟ୍ ମାରିଲା କଏଦୀ

ଅନୁଗୁଳ: କୋର୍ଟ ପରିସରରୁ ଚମ୍ପଟ୍ ମାରିଲା ବିଚାରାଧୀନ କଏଦୀ। ଜରପଡ଼ା ଥାନା କୁଇକୀଳା ଡବଲ୍ ମର୍ଡର୍ ଓ କୁକୁରପେଟା ମାଉସୀ-ପୁତୁରା ହତ୍ୟାକାଣ୍ଡର ଅଭିଯୁକ୍ତ ଝସକେତନ୍ ସାହୁ କୋର୍ଟ ପରିସରରୁ ଚମ୍ପଟ୍ ମାରିଛି। ଶୁକ୍ରବାର ଝସକେତନ କୋର୍ଟକୁ ଶୁଣାଣି ପାଇଁ ଆସିଥିବା ବେଳେ ପରିସ୍ରା କରିବା ବାହାନାରେ କୋର୍ଟ ପରିସରରେ ଥିବା ପରିସ୍ରାଗାରକୁ ଯାଇଥିଲା। ପରିସ୍ରାଗାରର ଆଜ୍‌ବେଷ୍ଟସ୍‌ ଉଠାଇ ଝସକେତନ ଖସି ପଳାଇଥିବା କୁହାଯାଉଛି। ସେ ପରିସ୍ରାଗାର ଯିବା ପୂର୍ବରୁ ପୋଲିସ ପାଖରୁ ମୋବାଇଲ୍‌ ମାଗିଆଣି କଥା ହେଉଥିଲେ। ଖସି ପଳାଇବା ପରେ ମୋବାଇଲ୍‌ଟିକୁ କାଣ୍ଡସର ନିକଟରେ ଫିଙ୍ଗି ଦେଇଥିବା ଖବର ମିଳିଛି।

ଝସକେତନ ଖସି ଯିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିବା ବେଳେ ମୃତକଙ୍କ ପରିବାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ପୋଲିସ ଝସକେତନକୁ ଧରିବାକୁ ଉଦ୍ୟମ ଜାରି ରଖିଛି। ଉଧାର ଟଙ୍କା ପାଇଁ ୪ ଜଣଙ୍କୁ ଜୀବନ୍ତ ପୋତି ମାରିବା ନେଇ ଝସକେତନ ନାଁରେ ଅଭିଯୋଗ ରହିଛି।

You might also like