ଖୋଲୁଛି ଟିଟୋ ସାମ୍ରାଜ୍ୟର ବଡ଼ ଗୁମର

ଭୁବନେଶ୍ୱର: ଫିଟୁଛି ଟିଟୋର କଳା ସାମ୍ରାଜ୍ୟର ଗୁମର। କାହିଁ କେତେ ଜାଗାକୁ ଲମ୍ବିଛି ଟିଟୋର ଚେର। ରିଅଲ୍ ଇଷ୍ଟେଟ୍, ଷ୍ଟିଭେଡରିଂ, ପେଟ୍ରୋଲ ପମ୍ପ, ଗାର୍ମେଣ୍ଟ ସୋରୁମ, ସବୁ ବ୍ୟବସାୟରେ ହାତ ମାରିଛି ଟିଟୋ। ଖାଲି ସେତିକି ନୁହେଁ ଟିଟୋର ରାଜ୍ୟ ବାହାରେ ରହିଛି ଏକାଧିକ ହୋଟେଲ୍ ସାଙ୍ଗକୁ ଜାଗୁଆର ଓ ଅଡି ଭଳି ଦାମୀ କାର୍। ଗ୍ୟାଙ୍ଗଷ୍ଟର ଟିଟୋର ବିଶାଳ ସମ୍ରାଜ୍ୟର ସନ୍ଧାନ ପାଇବା ପରେ ଏବେ ସମ୍ପତ୍ତି ଆଟାଚ୍ ପାଇଁ ଯୋଜନା କରୁଛି କ୍ରାଇମବ୍ରାଞ୍ଚ୍।vlcsnap-error443

ୟା ଭିତରେ କ୍ରାଇମବ୍ରାଞ୍ଚ୍ ଏସ୍‌ଟିଏଫ୍‌ କ୍ରିମିନାଲ୍‌ ଲ’ ଆମେଣ୍ଡ୍‌ମେଣ୍ଟ୍‌ ଅର୍ଡିନାନ୍ସ ୧୯୪୪ ବଳରେ ଟିଟୋର ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସଂପତ୍ତି ଆଟାଚ୍ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି କ୍ରାଇମବ୍ରାଞ୍ଚ୍। ଏପଟେ T- କଂପାନୀର ରହସ୍ୟ ଭେଦିବାକୁ ଆଉ ୪ ଦିନ ପାଇଁ ଟିଟୋକୁ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ୍। ଏହି ସମୟରେ ଟିଟୋର ରାଜ୍ୟ ବାହାର ନେଟ୍ଓ୍ୱ‌ର୍କ ଓ ବ୍ୟାବସାୟିକ ଲିଙ୍କର ଖୋଳତାଡ଼ ହେବ। ଟିଟୋ ନିଜ ପତ୍ନୀ ନାଁରେ କୋଟି କୋଟି ଟଙ୍କାର ମନି ଟ୍ରାଞ୍ଜାକ୍ସନ କରିଥିବା, ବହୁ ବିଳାସପୂର୍ଣ୍ଣ କାରର ମାଲିକ ହୋଇଥିବା ଏବଂ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଗୋଆରେ ହୋଟେଲ ବ୍ୟବସାୟରେ ସଂପୃକ୍ତ ଥିବା ସୂଚନା ପାଇଛି କ୍ରାଇମବ୍ରାଞ୍ଚ୍। ସେଥିପାଇଁ ଏ ମାମଲାରେ ବି ଗୁମର ଫିଟିବା ଅନୁମାନ କରାଯାଉଛି।vlcsnap-error843

ଗ୍ୟାଙ୍ଗଷ୍ଟର ଟିଟୋ କେମିତି ହେଲା ଏତେବଡ଼ ବିଶାଳ ସାମ୍ରାଜ୍ୟର ମାଲିକ? ଏହା ପଛରେ କଣ ରହିଛି ରହସ୍ୟ? ହାଓ୍ୱାଲା ମନି କାରାବାରରେ ରହିଛି କି ଟିଟୋର ସଂପୃକ୍ତି? ନା ରାଜ୍ୟ ବାହାର ଅପରାଧୀ ଓ ଅସାମାଜିକ ତତ୍ତ୍ୱ ସହ ରହିଛି ଟିଟୋର ସମ୍ପର୍କ? ଏବେ ଏସବୁ ଦିଗର ପର୍ଦ୍ଦାଫାସ କରିବା କ୍ରାଇବ୍ରାଞ୍ଚ୍ ପାଇଁ ଚ୍ୟାଲେଞ୍ଜ୍ ପାଲଟିଛି।

You might also like