ଝାରପଡ଼ା ଜେଲରୁ ବଲାଙ୍ଗିର ଜେଲକୁ ଗଲା ଗ୍ୟାଙ୍ଗଷ୍ଟାର ସୁଶାନ୍ତ ଧଳସାମନ୍ତ

ଭୁବନେଶ୍ୱର : ଝାରପଡ଼ା ଜେଲରୁ ବଲାଙ୍ଗିର ଜେଲକୁ ଗଲା ଗ୍ୟାଙ୍ଗଷ୍ଟାର ସୁଶାନ୍ତ ଧଳସାମନ୍ତ। ସୁଶାନ୍ତକୁ ଆଜି କଡ଼ା ସୁରକ୍ଷା ମଧ୍ୟରେ ବଲାଙ୍ଗିର ଜେଲକୁ ସ୍ଥାନାନ୍ତର କରାଯାଇଛି। କଟକ ସଦର ଥାନା ପୋଲିସର ଆବେଦନକୁ ଗ୍ରହଣ କରି ଗତକାଲି କଟକ JMFC କୋର୍ଟ ସ୍ଥାନାନ୍ତର ନେଇ ଅନୁମତି ପ୍ରଦାନ କରିଥିଲେ। କଟକ ସଦର ଥାନା ସୁଭଦ୍ରାପୁର ବିଜନ ପାଲ ଗୁଳିକାଣ୍ଡ ମାମଲାରେ ସୁଶାନ୍ତର ସଂପୃକ୍ତି ଥିବା ନେଇ ଜଣାପଡିବା ପରେ ସଦର ଥାନା ପୋଲିସ ସୁଶାନ୍ତକୁ ସ୍ଥାନାନ୍ତର ପାଇଁ କୋର୍ଟଙ୍କ ନିକଟରେ ଆବେଦନ କରିଥିଲା।

ଝାରପଡ଼ା ଜେଲରେ ଥାଇ ମଧ୍ୟ ସୁଶାନ୍ତ ଏହି ଗୁଳିକାଣ୍ଡର ଷଡ଼ଯନ୍ତ୍ର କରିଥିଲା ବୋଲି ପୋଲିସ ପକ୍ଷରୁ କୋର୍ଟରେ ଦର୍ଶାଯାଇଥିଲା। ସୁଶାନ୍ତ ବିରୋଧରେ ମୋଟ ୩୮ଟି ମାମଲା ରହିଛି। ସେଥିରୁ ପ୍ରାୟ ସମସ୍ତ ମାମଲା କଟକ ସଦର ଓ ଆଖପାଖର ବୋଲି ପୋଲିସ ଦର୍ଶାଇଥିଲା।

ଏହାଛଡା ତାର ଏକାଧିକ ସହଯୋଗୀ ଏବଂ ବିରୋଧୀ ଗ୍ୟାଙ୍ଗର ସଦସ୍ୟ ଝାରପଡ଼ା ଜେଲରେ ଥିବାରୁ ଗଣ୍ଡଗୋଳର ଆଶଙ୍କା ରହିଛି ବୋଲି ପୋଲିସ ଦର୍ଶାଇଥିଲା।

You might also like
Comments
Loading...