ଇନ୍ଦ୍ରାବତୀ ଟନେଲରେ ଫାଟ
ଧର୍ମଗଡ଼: କଳାହାଣ୍ଡି ଜିଲ୍ଲାରେ ଥିବା ଇନ୍ଦ୍ରାବତୀ ବହୁମୁଖୀ ପ୍ରକଳ୍ପର ଟନେଲରେ ଫାଟ ଦେଖିବାକୁ ମିଳିଛି। ଇନ୍ଦ୍ରାବତୀ ଡ୍ୟାମରୁ ୪ଟି ଟନେଲ ଯୋଗେ ପାୱାର ହାଉସ୍କୁ ପାଣି ଆସିଥାଏ। ହେଲେ ଦୁଇ ଦିନ ହେବ ଏଠାରେ ଥିବା ୨ ନମ୍ୱର ଟନେଲରେ ଫାଟ ହୋଇଥିବା ଦେଖିବାକୁ ମିଳିଛି।
ଏହି ଫାଟ ବାଟେ ପାଣି ବାହାରକୁ ପଳାଇ ଯାଉଛି। ଏହା ଦ୍ୱାରା ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେବାର ଆଶଙ୍କା କରାଯାଉଛି।
ଇନ୍ଦ୍ରାବତୀ ଡ୍ୟାମ୍ରୁ ୪ଟି ଟନେଲରେ ପାଓ୍ୱାର ହାଉସ୍କୁ ପାଣି ଆସିଥାଏ ଏବଂ ପାଓ୍ୱାର ହାଉସ୍ରେ ଜଳ ବିଦ୍ୟୁତ ଉତ୍ପାଦନ ହୋଇଥାଏ। ୪ଟି ଟର୍ବାଇନରେ ଦୈନିକ ୬ ଶହ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ ହୋଇଥାଏ।