ରୋଷେଇ ଗ୍ୟାସ୍‌ ନିଆଁରେ ପୋଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଦେବଗଡ଼  : ଦେବଗଡ଼ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଉଜ୍ଜ୍ଵଳା ଯୋଜନାରେ ଛେପିଲିପାଲି ପଞ୍ଚାୟତର ନାଏବ ସରପଞ୍ଚ ତଥା ଶୁଳିଆ ଗାଁର ପ୍ରତିଭା ପ୍ରଧାନଙ୍କୁ ଏକ ଗ୍ୟାସ ସଂଯୋଗ ମିଳିଥିଲା।

ଆଜି ପ୍ରତିଭା ଓ ତାଙ୍କ ସ୍ୱାମୀ ଶରତ ଗ୍ୟାସ୍‌ ଖୋଲି ଗ୍ୟାସ ଚୁଲାରେ ଅଗ୍ନି ସଂଯୋଗ କରୁଥିଲେ। ଅସାବଧାନତା ଯୋଗୁ ନିଆଁ ପ୍ରତିଭାଙ୍କ ଶାଢ଼ୀରେ ଲାଗି ଯାଇଥିଲା। ସ୍ତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ପାଖରେ ଥିବା ସ୍ୱାମୀ ମଧ୍ୟ ନିଆଁରେ ପୋଡ଼ି ଯାଇଥିଲେ।

ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରତିଭାଙ୍କର ମୃତ୍ୟୁ ଘଟିଥିବା ବେଳେ ଶରତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

You might also like