ପୂର୍ବ ଶତ୍ରୁତାରୁ ଅାକ୍ରମଣ

ଯୁବକଙ୍କ କାଠଫାଳିଅା ଅାକ୍ରମଣରେ ଦମ୍ପତି ମୃତ

ଭଦ୍ରକ : ଯୁବକଙ୍କ କାଠଫାଳିଅା ଅାକ୍ରମଣରେ ଦମ୍ପତି ମୃତ। ଝିଅ ଗୁରୁତର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମାଳବାଡ଼ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପୂର୍ବ ଶତ୍ରୁତାରୁ ତ୍ରିଲୋଚନ ସେନାପତି ନାମକ ଯୁବକ ଗାଁର ସୁଧାକର ବିଶ୍ୱାଳଙ୍କ ପରିବାର ଉପରେ ଅାକ୍ରମଣ କରିଥିଲେ।

ଏକ କାଠ ଫାଳିଅାରେ ତ୍ରିଲୋଚନ ସୁଧାକର, ତାଙ୍କ ପତ୍ନୀ ସର ବିଶ୍ୱାଳ ଓ ଝିଅକୁ ଅାକ୍ରମଣ କରିଥିଲା।  ଘଟଣାସ୍ଥଳରେ ସର ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ସୁଧାକରଙ୍କୁ ଚାନ୍ଦବାଲି ମେଡିକାଲ ନିଅାଯିବା ବାଟରେ ମୃତ୍ୟୁ ଘଟିଥିଲା। ଝିଅର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି।

ସେପଟେ ଅାକ୍ରମଣକାରୀ ଯୁବକ ତ୍ରିଲୋଚନ ସେନାପତି ଓ ତାର ଜଣେ ସହଯୋଗୀକୁ ପୁଲିସ ଅଟକ ରଖି ଘଟଣାର ଛାନଭିନ୍ ଜାରି ରଖିଛି।

You might also like