ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ବରଗଡ : ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲା ଗ୍ରୀଂଜେଲ ଗାଁରେ। ଅଭିଯୋଗ ଅନୁସାରେ, ଗ୍ରୀଂଜେଲ ଗାଁର ଗଣେଶ ସେଠ ମେହେରପଡାର ଜଣେ ମହିଳାଙ୍କୁ ପ୍ରେମ କରୁଥିଲେ। ହେଲେ ଗତକାଲି ମହିଳା ଜଣକ ଘରେ ନଥିବାରୁ ପରିବାର ଲୋକେ ସୋହେଲା ଥାନାରେ ଏନେଇ ଏକ ନିଖୋଜ ରିପୋର୍ଟ ଦେଇଥିଲେ।

ଆଜି ସକାଳେ ଗାଁ ନିକଟରେ ଥିବା ଏକ ମହୁଲ ଗଛରେ ପିନ୍ଧା ଶାଢ଼ୀରେ ଉଭୟେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

You might also like