ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ
କଟକ : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ। ଆଠଗଡସ୍ଥିତ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କଣ୍ଡରେଇ ପଞ୍ଚାୟତ ବାଉଁଶ ଟାଙ୍ଗର ଗାଁରେ ଘଟିଛି ଏଭଳି ଅଘଟଣ। ମୃତକ ହେଲେ ନିରଞ୍ଜନ ଭୂଜବଳ ଏବଂ ତାଙ୍କ ପତ୍ନୀ ନର୍ମଦା।
ଆଜି ଘର ପଛ ପାଖ ଫସଲରେ ପାଣି ମଡାଉଥିବା ବେଳେ ବିଦ୍ୟୁତ୍ ତାର ସ୍ପର୍ଶରେ ପ୍ରଥମେ ଆସିଥିଲେ ନିରଞ୍ଜନ। ନିରଞ୍ଜନଙ୍କୁ ବଞ୍ଚାଇବା ଲାଗି ତାଙ୍କ ପତ୍ନୀ ନର୍ମଦା ଉଦ୍ୟମ କରୁଥିବା ବେଳେ ସେ ମଧ୍ୟ ବିଦ୍ୟୁତ୍ ତାର ସ୍ପର୍ଶରେ ଆସିଯାଇଥିଲେ। ସ୍ୱାମୀ-ସ୍ତ୍ରୀଙ୍କୁ ଉଦ୍ଧାର କରାଯାଇ ଆଠଗଡ ଡାକ୍ତରଖାନା ନିଆଯାଇଥିବା ବେଳେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।
ଦେଖନ୍ତୁ ଏହି ଭିଡ଼ିଓ-