ରାଜଧାନୀରେ ପଞ୍ଚାୟତ ସମିତି ସଭ୍ୟଙ୍କୁ ଲାଠିମାଡ଼

ଭୁବନେଶ୍ୱର : ରାଜଧାନୀରେ ପଞ୍ଚାୟତ ସମିତି ସଭ୍ୟଙ୍କୁ ଲାଠିମାଡ଼। ବିଭିନ୍ନ ଦାବି ନେଇ ଆଜି ବିଧାନସଭା ଘେରାଉ କରିବାକୁ ଯାଉଥିବା ବେଳେ ସମିତି ସଭ୍ୟଙ୍କୁ ରାସ୍ତାରେ ପୋଲିସ ଅଟକାଇଥିଲା। ଏଥିପାଇଁ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୋଲିସର ଲାଠିଚାଳନା ଫଳରେ ଛତ୍ରଭଙ୍ଗ ଦେଇଛନ୍ତି ସମିତି ସଭ୍ୟ।

ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସମିତି ସଭ୍ୟ ଓ ସଭ୍ୟାମାନଙ୍କୁ ସ୍ୱତନ୍ତ୍ର କୋଠରୀ ସହ ଆସବାବପତ୍ର ଯୋଗାଇ ଦେବା, ନିର୍ବାଚିତ ସମିତି ସଭ୍ୟସଭ୍ୟାଙ୍କ ମାସିକ ଭତ୍ତା ୧ ହଜାର ୮୮୦ଟଙ୍କା ପରିବର୍ତ୍ତେ ୩୦ ହଜାର ଟଙ୍କାକୁ ବୃଦ୍ଧି, ପଦବୀରେ ଥିବାବେଳେ ଆକସ୍ମିକ ଦୁର୍ଘଟଣା ହେଲେ ୧୦ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା ଆଦି ଦାବି ଉଠାଇଛନ୍ତି ଆନ୍ଦୋଳନକାରୀ।

ଦେଖନ୍ତୁ ଏହି ଭିଡ଼ିଓ-

You might also like