ଉପବାସରେ ପ୍ରଭୁ ଅଲାରନାଥ

ବ୍ରହ୍ମଗିରି : ଉପବାସରେ ପ୍ରଭୁ ଅଲାରନାଥ। ଶିବ ସୁଆର ଓ ଦୈତାରୀ ପଣ୍ଡାଙ୍କ ମଧ୍ୟରେ ସେବା ପୂଜାକୁ ନେଇ ବିବାଦ ଲାଗି ରହିଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ଆଜି ସକାଳେ ଅଲାରନାଥଙ୍କ ବଲ୍ଲବ ଧୂପ ହୋଇନଥିଲା। ପଣ୍ଡାପାଳିଆ ଅଭିଯୋଗ ଆଣିଲେ ବଲ୍ଲବ ଧୂପ ପୂର୍ବରୁ ସେବାୟତମାନେ ପର୍ଯ୍ୟଟକଙ୍କୁ ଦର୍ଶନ ପାଇଁ ଭିତରକୁ ଛାଡି ଦେଇଥିଲେ।

ଅନ୍ୟପଟେ ସେବାୟତମାନେ ବଲ୍ଲବ ଧୂପ ହେଉନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଜି ଦିନ ପ୍ରାୟ ସାଢେ ୧ ପର୍ଯ୍ୟନ୍ତ ପ୍ରଭୁ ଅଲାରନାଥଙ୍କ ବଲ୍ଲବ ଧୂପ ନ ହୋଇ ଉପବାସରେ ଅଛନ୍ତି। ସେପଟେ ଅତିରିକ୍ତ ତହସିଲଦାର ସେବାୟତମାନଙ୍କୁ ବୁଝାସୁଝା କରୁଥିବା ବେଳେ ସନ୍ଧ୍ୟାରେ ଉପ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ବସି ଘଟଣାର ସମାଧାନ ପାଇଁ ଆଲୋଚନା କରାଯିବ। ୧୦ ଦିନ ପରେ ପ୍ରଭୁ ଅଲାରନାଥଙ୍କ ବିଶ୍ୱ ପ୍ରସିଦ୍ଧ ଅନବସର ଦର୍ଶନ ଆରମ୍ଭ ହେବାକୁ ଥିବା ବେଳେ ସେବାୟତ ଓ ପଣ୍ଡାଙ୍କ ମଧ୍ୟରେ ଲାଗି ରହିଛି ଏଭଳି ବିବାଦ।

 

You might also like