ରାଜ୍ୟରେ ହେବ ଚୁକ୍ତି ଭିତ୍ତିକ ଚାଷ

ଭୁବନେଶ୍ୱର : ଆଳୁ ,ଟମାଟୋ ,କୋବି ନିଜ ଉତ୍ପାଦିତ ସାମଗ୍ରୀର ବଜାର ମୂଲ୍ୟ ନ ମିଳିବାରୁ ବାଧ୍ୟ ହୋଇ ବ୍ୟବସ୍ଥାକୁ ଦୋଷ ଦେଇ ବିଷ ଓଗାଳୁଥିଲେ ଚାଷୀ। ପ୍ରତିବାଦ ସ୍ୱରୂପ ରାସ୍ତାରେ ଫିଙ୍ଗୁଥିଲେ, ଢାଳୁଥିଲେ। ଏବେ କିନ୍ତୁ ଚାଷୀଙ୍କୁ ଅଭାବୀ ବିକ୍ରି ସମସ୍ୟାରୁ ମୁକ୍ତି ଦେବାକୁ ସରକାର ଆଣିବାକୁ ଯାଉଛନ୍ତି ନୂଆ ଆଇନ। ପ୍ରସ୍ତାବିତ ଆଇନ ଅନୁସାରେ ଚାଷ ପୂର୍ବରୁ ସରକାର ବାଛିଥିବା କମ୍ପାନୀ ଚାଷୀଙ୍କ ସହ ଚୁକ୍ତି କରିବେ। କମ୍ପାନୀ ଚାଷୀଙ୍କୁ ବୈଷୟିକ ସହଯୋଗ ଦେବା ସହ ଉତ୍ପାଦିତ ଫସଲ କେତେ ମୂଲ୍ୟରେ କିଣିବେ ଆଗୁଆ ଚୁକ୍ତି କରିବେ। ଫଳରେ ଉତ୍ପାଦନ ପରେ ଚାଷୀଙ୍କୁ ଆଉ ବଜାର ଖୋଜିବାକୁ ପଡିବ ନାହିଁ। ବିଲରୁ ଫସଲ କିଣି ନେବେ। କମ୍ପାନୀ କେନ୍ଦ୍ର ପରାମର୍ଶ ଅନୁସାରେ ରାଜ୍ୟ ସରକାର ଖୁବଶୀଘ୍ର କଣ୍ଟ୍ରାକ୍ଟ ଫାର୍ମିଂ ଆଇନକୁ ଅଧ୍ୟାଦେଶ ଆକାରରେ ଆଣିବେ ବୋଲି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ।

କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ କଣ୍ଟ୍ରାକ୍ଟ ଫାର୍ମିଂ ଆଇନର ଆଧାରରେ ସ୍ୱତନ୍ତ୍ର ଆଇନ ଆଣିବାକୁ ଯାଉଛି ରାଜ୍ୟ ସମବାୟ ବିଭାଗ। କୃଷି ବିଭାଗ ପାଖରେ କିନ୍ତୁ ଏ ନେଇ କୌଣସି ଖବର ନାହିଁ। ଏପଟେ ଚାଷୀ ସଂଗଠନ କହିଛି, କର୍ପୋରେଟ ଫାର୍ମିଂକୁ ପ୍ରୋତ୍ସାହିତ କରି ସରକାର ଏହି ପ୍ରସ୍ତାବିତ ଆଇନରେ ଭାଗଚାଷୀ ଓ ନାମମାତ୍ର ଚାଷୀଙ୍କୁ ବଳି ପକାଇବାକୁ ମସୁଧା କରୁଛନ୍ତି।

ସମବାୟ ମନ୍ତ୍ରୀଙ୍କ ସୂଚନା ଅନୁସାରେ ପାଖାପାଖି ଦେଢ ହଜାର କମ୍ପାନୀକୁ ରାଜ୍ୟର ବିଭିନ୍ନ ଅଂଚଳରେ ଚାଷୀଙ୍କ ସହ ଚୁକ୍ତି କରିବା ପାଇଁ ଆମନ୍ତ୍ରଣ କରିବେ ସରକାର। ଟେଣ୍ଡର ମାଧ୍ୟମରେ ଚାଷ ପାଇଁ କମ୍ପାନୀ ବାଛିବେ। ତେବେ ପ୍ରଶ୍ନ ଉଠୁଛି ଚାଷରେ କମ୍ପାନୀକୁ ପୁରାଇ  ସରକାର ଚାଷୀଙ୍କୁ ଫାଇଦା ଦେବେ ନା ଚାଷୀ ସଂଗଠନ କରୁଥିବା ଆଶଙ୍କା ସତ ହେବ?

ଆହୁରି ପଢ଼ନ୍ତୁ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

You might also like