ଇସ୍ରୋ ମିଶନକୁ ଝଟ୍‌କା ! ସାଟେଲାଇଟ GSAT-6A ସହ ଯୋଗାଯୋଗ ବିଚ୍ଛିନ୍ନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଉତ୍‌କ୍ଷେପଣ ହୋଇଥିବା ସାଟେଲାଇଟ GSAT-6A ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।  ଏନେଇ ଆଜି ଇସ୍ରୋ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଚୂଡାନ୍ତ କକ୍ଷପଥରେ ଅବସ୍ଥାପିତ ହେବା ପୂର୍ବରୁ ଜିସାଟ୍ 6A ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ବୋଲି ଇସ୍ରୋ କହିଛି। ତେବେ ସାଟେଲାଇଟ ସହ ସମ୍ପର୍କ ପାଇଁ ଉଦ୍ୟମ ଜାରି ରହିଛି।

୨୦୬୬ଟନ ଓଜନ ବିଶିଷ୍ଟ ଏହି ସାଟେଲାଇଟ ଦ୍ୱାରା ଯୋଗାଯୋଗ କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନର ଆଶା କରାଯାଉଥିଲା। କିନ୍ତୁ ଯୋଗାଯୋଗ ବିଛିନ୍ନ ହେବା ପରେ ଇସ୍ରୋର ଏହି ଆଶା ମଉଳି ଯାଇଛି। ଏଥିସହ ଭାରତର ମୁନ୍ ମିଶନକୁ ମଧ୍ୟ ଶକ୍ତ ଧକ୍କା ଲାଗିଛି। ମାର୍ଚ୍ଚ ୨୯ ତାରିଖରେ ଇସ୍ରୋ GSAT-6Aକୁ ମାହାକାଶକୁ ଉତ୍‌କ୍ଷେପଣ କରିଥିଲା।

You might also like
Comments
Loading...