ଅଘଟଣ ପାଇଁ ସଂପୃକ୍ତ ଠିକାଦାର ସଂପୂର୍ଣ୍ଣ ଭାବେ ଦାୟୀ : ମନ୍ତ୍ରୀ

ଭୁବନେଶ୍ୱର : ଆସିଲା ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣା ତଦନ୍ତ କମିଟି ରିପୋର୍ଟ। ରିପୋର୍ଟ ପାଇବା ପରେ ବିଭାଗୀୟ ମନ୍ତ୍ରୀ ଓ ସଚିବ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ଅଘଟଣ ପାଇଁ ସଂପୃକ୍ତ ଠିକାଦାର ସଂପୂର୍ଣ୍ଣ ଭାବେ ଦାୟୀ।

ସଂପୃକ୍ତ ଠିକା ସଂସ୍ଥା ସୁରକ୍ଷା ନେଇ ବିଶେଷ ଯତ୍ନବାନ ନଥିଲା ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେମିତି ସୁରକ୍ଷା ବ୍ୟବସ୍ଥା ଗ୍ରହଣ ହେବା କଥା, ହୋଇନଥିଲା। କାମରେ ନିୟୋଜିତ ଶ୍ରମିକମାନେ ବି କୁଶଳୀ ଶ୍ରମିକ ନଥିଲେ ବୋଲି ସେ କହିଛନ୍ତି। ବାକି ରହିଥିବା କାମକୁ ରାଜ୍ୟ ସରକାର ନିଜେ କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

You might also like