ମେଘାଳୟର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ କନରାଡ଼ ସାଙ୍ଗାମା ଶପଥ ନେଲେ

ସିଲଂ: ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ର ଅଧ୍ୟକ୍ଷ କନରାଡ଼ ସାଙ୍ଗାମା ଆଜି ମେଘାଳୟର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଗଙ୍ଗା ପ୍ରସାଦ ସାଙ୍ଗାମାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଥିଲେ। କନରାଡ଼ ସାଙ୍ଗାମା ସମେତ ୧୧ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଶପଥ ଗ୍ରହଣ ସମାରୋହରେ ବିଜେପି ଅଧ୍ୟକ୍ଷ ଅମିତ ଶାହ, ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ ପ୍ରମୁଖ ନେତା ଉପସ୍ଥିତ ଥିଲେ।

ମେଘାଳୟରେ ୨ଟି ସିଟ୍ ବିଜେପିକୁ ମିଳିଥିଲେ ସୁଦ୍ଧା, କଂଗ୍ରେସ ଠାରୁ ସତ୍ତା ଛଡାଇ ଏଠାରେ ସରକାର ଗଠନ କରିବାରେ ସଫଳ ହୋଇଛି।

ବର୍ତ୍ତମାନ ବିଜେପି ସମେତ ଅନ୍ୟ ଆଞ୍ଚଳିକ ଦଳର ସମର୍ଥନରେ ମେଘାଳୟରେ କନରାଡ଼ ସାଙ୍ଗାମା ସରକାର ଗଠନ କରିଛନ୍ତି।

ସୂଚନାଥାଉ କି, ଏହାପୂର୍ବରୁ କନରାଡ଼ ସାଙ୍ଗାମା ମେଘାଳୟର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିଥିଲେ। ୩୪ଜଣଙ୍କ ସମର୍ଥନ ତାଙ୍କ ପ୍ରତି ରହିଛି ବୋଲି ସେ ରାଜ୍ୟପାଳଙ୍କୁ କହିଥିଲେ।

ସୂଚନାଥାଉ କି, ୬୦ ଟି ଆସନ ପାଇଁ ଫେବ୍ରୁଆରୀ ୨୭ରେ ହୋଇଥିବା ମେଘାଳୟ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ୨୧ଟି ଆସନ ମିଳିଥିବାବେଳେ, ଏନପିପିକୁ ୧୯ଟି ଓ ବିଜେପିକୁ ୨ଟି ଲେଖାଏଁ ଆସନ ମିଳିଥିଲା।

ଆହୁରି ପଢ଼ନ୍ତୁ

ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୧୩ ଦିନରେ ୧୦ ଲକ୍ଷ ସୁସ୍ଥ

ଭାରତର ସାର୍ବଭୌମତ୍ୱ ରକ୍ଷାର ପ୍ରୟାସକୁ ସମର୍ଥନ କଲା ଆମେରିକା

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ଲଭ୍‌-ଜିହାଦ୍‌ରୁ ହତ୍ୟା! ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

You might also like