କେନ୍ଦ୍ରାପଡ଼ାର ଶତାଧିକ କର୍ମୀ ଓ ନେତା ବିଜେଡିରେ ସାମିଲ

ଭୁବନେଶ୍ୱର : ନବୀନ ନିବାସରେ ଆଜି ବି ହୋଇଛି ବିଜେଡିର ଯୋଗଦାନ କାର୍ଯ୍ୟକ୍ରମ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି କେନ୍ଦ୍ରାପଡ଼ାର ଶତାଧିକ ସଂଖ୍ୟାରେ ନେତା ଓ କର୍ମୀ। କଂଗ୍ରେସ ଓ ବିଜେପି ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଏହି ସମସ୍ତ କର୍ମକର୍ତ୍ତା। ଶତାଧିକ ସମର୍ଥକଙ୍କ ଗହଣରେ ଆସି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ସମସ୍ତ ନେତା ବିଜେଡିରେ ଯୋଗ ଦେଇଛନ୍ତି।

କେନ୍ଦ୍ରାପଡ଼ରେ ଏହି ନେତା ଓ କର୍ମୀଙ୍କ ଯୋଗଦାନରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜେଡି ଆହୁରି ସୁଦୃଢ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡିରେ ଯୋଗଦାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳର ବହୁ ପ୍ରମୁଖ ନେତା ଯୋଗ ଦେଇଥିଲେ।

You might also like