‘ଓ୍ୱାନ୍ ମ୍ୟାନ୍ ଓ୍ୱାନ୍ ପୋଷ୍ଟ’କୁ ସୁରଙ୍କ ଖୋଲା ଚ୍ୟାଲେଞ୍ଜ

ଭୁବନେଶ୍ୱର : ଘରେ ନ ପଶୁଣୁ ଚାଳ ବାଜିଲା। ରାଜ୍ୟ କଂଗ୍ରେସରେ ପୁର୍ନଗଠନ ହେଉ ହେଉ ସୃଷ୍ଟି ହୋଇଛି କେଁ। ଦଳର ‘ଓ୍ୱାନ୍ ମ୍ୟାନ୍ ଓ୍ୱାନ୍ ପୋଷ୍ଟ’ଫର୍ମୁଲାକୁ ମାନିବେ ନାହିଁ ବୋଲି ଖୋଲାଖୋଲି କହିଛନ୍ତି ନବ ନିର୍ବାଚିତ ଖୋର୍ଦ୍ଧା ଜିଲ୍ଲା ସଭାପତି ସୁର ରାଉତରାୟ। କେବଳ ସୁର ନୁହଁନ୍ତି, ଜିଲ୍ଲା ସଭାପତି ଚୟନକୁ ନେଇ ଅନେକ ସ୍ଥାନରେ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ‘ଓ୍ୱାନ୍ ମ୍ୟାନ୍ ଓ୍ୱାନ୍ ପୋଷ୍ଟ’ଫର୍ମୁଲାକୁ ଦଳ ଭିତରୁ ବିରୋଧ ଆରମ୍ଭ ହୋଇଛି ।

ବରିଷ୍ଠ ନେତା ସୁର ରାଉତରାୟଙ୍କ ଏହି ମନ୍ତବ୍ୟ କଂଗ୍ରେସର ସଂଘଠିତ ହେବା ଉଦ୍ୟମକୁ ପାଣିଚିଆ କରିଛି। ଖୋର୍ଦ୍ଧା ଜିଲାର ସଭାପତି ନିଯୁକ୍ତ ହେଲା ପରେ ସୁର କହିଛନ୍ତି ଜଟଣୀରେ ହାରିବା ପରଠୁ ଦିନରାତି ପରିଶ୍ରମ କରୁଛନ୍ତି। ଯଦି ନିର୍ବାଚନରେ ଛିଡ଼ା ହେବେନି ତେବେ ମୂଲ୍ୟ କଣ? ବିଦ୍ରୋହ କରିବି ନାହିଁ, କିନ୍ତୁ ଛିଡ଼ା ହେବାକୁ କେହି ଅଟକାଇ ପାରିବେ ନାହିଁ ବୋଲି ସେ ଦୃଢ଼ତାର ସହ କହିଛନ୍ତି।

ଅନ୍ୟପକ୍ଷରେ ଯଦି ‘ଓ୍ୱାନ୍ ମ୍ୟାନ୍ ଓ୍ୱାନ୍ ପୋଷ୍ଟ’ ନିୟମ ଲାଗୁ ହୁଏ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ନବ ଦାସ, ପ୍ରଦୀପ ମାଝୀ, ଭକ୍ତ ଦାସ ପ୍ରମୁଖ ମଧ୍ୟ ଟିକେଟ ପାଇବେନି ବୋଲି ସେ ଯୁକ୍ତି କରିଛନ୍ତି। କେବଳ ସୁର ନୁହନ୍ତି ଅନ୍ୟ ଜିଲାରେ କୁହୁଳିବାକୁ ଆରମ୍ଭ କରିଛି ଅସନ୍ତୋଷର ନିଆଁ। କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଜିଲା ସଭାପତି ମିନାକ୍ଷୀ ବାହିନୀପତିଙ୍କୁ ସିଧାସିଧା ଟାର୍ଗେଟ କରିଛନ୍ତି। ମିନାକ୍ଷୀଙ୍କୁ ସଭାପତି କରାଯିବା ଏକଦମ ବୃଥା ବୋଲି ସେ ମତ ଦେଇଛନ୍ତି। ତେବେ ଯୋଗ୍ୟତା ଦୃଷ୍ଟିରୁ ତାଙ୍କୁ ସଭାପତି କରାଯାଇଛି ଓ ଏଭଳି ମତ ଦେବା ବିଧାୟକଙ୍କ କ୍ଷେତ୍ରରେ ଶୋଭା ଦେଉ ନାହିଁ ବୋଲି ମିନାକ୍ଷୀ ଜବାବ ରଖିଛନ୍ତି।

କେବଳ ଏହି ଦୁଇ ଘଟଣା ନୁହେଁ, ଅନେକ ଜିଲ୍ଲାରେ ନବ ନିଯୁକ୍ତ କାର୍ଯ୍ୟକାରୀ ସଭାପତିମାନେ କଂଗ୍ରେସ ସଭ୍ୟ ହୋଇ ନ ଥିବା କିମ୍ବା ପୂର୍ବରୁ କଂଗ୍ରେସ ବିରୋଧରେ ପ୍ରାର୍ଥୀ ହୋଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ର ୨୦୧୪ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ିଥିବା ବେଳେ ତାଙ୍କୁ ଏବେ କାର୍ଯ୍ୟକାରୀ ସଭାପତି କରାଯାଇଛି।

ଗତ ନିର୍ବାଚନରେ ବାଲେଶ୍ୱରରୁ ଦଳୀୟ ଟିକେଟ ନ ପାଇ କଂଗ୍ରେସ ପ୍ରାର୍ଥୀଙ୍କ ବିରୋଧରେ ଛିଡ଼ା ହୋଇଥିବା ମାନସ ଦାସ ପଟ୍ଟନାୟକଙ୍କୁ କାର୍ଯ୍ୟକାରୀ ସଭାପତି କରାଯିବାକୁ ଦଳର ଅନେକ ନେତା ନାପସନ୍ଦ କରୁଥିବା ଚର୍ଚ୍ଚା ହେଉଛି। ତେବେ ଜିଲା ସଭାପତିଙ୍କ ସହ କାର୍ଯ୍ୟକାରୀ ସଭାପତି ନିଯୁକ୍ତିକୁ ଅନେକ ନେତା ସ୍ୱାଗତ କରିଛନ୍ତି।୩୩ଟି ସାଂଗଠନିକ ଜିଲାରେ ୭୮ଜଣ କର୍ମକର୍ତ୍ତାଙ୍କୁ ନେଇ ଏଆଇସିସିର ଅନୁମୋଦନ କ୍ରମେ ପିସିସି ସଭାପତି ଗଠନ କରିଛନ୍ତି ରାଜ୍ୟ କଂଗ୍ରେସର ଜିଲା କମିଟି। ତେବେ ଏହି ନୂଆ ଟିମ୍ ଆଗାମୀ ଦିନରେ ରାଜ୍ୟ କଂଗ୍ରେସକୁ କେଉଁ ଦିଶା ଦେଉଛି ତା ଉପରେ  ନଜର ରହିଛିା

ଆହୁରି ପଢ଼ନ୍ତୁ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

SCB କୋଭିଡ୍‌ ୱାର୍ଡରେ‌ ଅବ୍ୟବସ୍ଥା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

୨୪ ଘଣ୍ଟାରେ ସୁସ୍ଥ ହେଲେ ୪୧୦୧ କରୋନା ଆକ୍ରାନ୍ତ

ଦିନକରେ ୮ଟି ସ୍ଥାନରେ ସିବିଆଇ ରେଡ୍

୧୨ରୁ OJEE ପରୀକ୍ଷା

ମିଳିଲାନି କାନ୍ଧ; ଗାଁ ଦାଣ୍ଡରେ ପଡି ରହିଲା ଶବ

ହ୍ୱାଟ୍ସଆପ୍‌ ଜରିଆରେ ଲୋକଙ୍କୁ ମିଳିବ କରୋନା ପରାମର୍ଶ

Bhubaneswar Corona News: ୩୦୫ କରୋନା ପଜିଟିଭ ଚିହ୍ନଟ, ୨୧୫ ଲୋକାଲ୍‌ କେସ

You might also like