କଂଗ୍ରେସକୁ ଫେରିବେ ଦଳ ଛାଡ଼ିଥିବା ପୁରୁଣା ନେତା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ଖୁବଶୀଘ୍ର ହେବ ଘର ବାହୁଡ଼ା ପର୍ବ। କଂଗ୍ରେସକୁ ଫେରିବେ ଦଳ ଛାଡ଼ିଥିବା ନେତା। ଏଥିପାଇଁ ପ୍ରତି ଜିଲ୍ଲା ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ପ୍ରଦେଶ କଂଗ୍ରେସ ସଭାପତି ବ୍ୟକ୍ତିଗତ ଭାବେ ବିଭିନ୍ନ ନେତାଙ୍କୁ ଭେଟି ଏହି ଅଭିଯାନ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ପିସିସି କାର୍ଯ୍ୟାକାରୀ ସଭାପତି ପ୍ରଦୀପ ମାଝୀ।

ପୁରୁଣା ଓ ଦଳ ଛାଡ଼ିଥିବା ନେତାଙ୍କୁ ପୁଣିଥରେ ଦଳକୁ ଆଣି କଂଗ୍ରେସକୁ ମଜଭୁତ୍ କରିବା ଲାଗି ଜୋରଦାର ପ୍ରୟାସ କରାଯାଉଥିବା ପ୍ରଦୀପ କହିଛନ୍ତି। ପ୍ରତି ଜିଲ୍ଲାରେ ଏଭଳି ଜଣେ ଦୁଇ ଜଣ ନେତା ରହିଥିବା ବେଳେ ସେମାନଙ୍କ ସହ ଆଲୋଚନା ଜାରି ରହିଥିବା ସୂଚନା ଦେଇଛନ୍ତି ପ୍ରଦୀପ। ଏହି ନେତାମାନଙ୍କୁ ଘର ବାହୁଡ଼ା ଲାଗି ମନାଇବା ପରେ ଖୁବ୍‌ଶୀଘ୍ର ମିଶ୍ରଣ ପର୍ବର ଆୟୋଜନ କରାଯିବ ବୋଲି ସେ କହିଛନ୍ତି।.

 

ଆହୁରି ପଢ଼ନ୍ତୁ

You might also like