ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ୍ କଲେ ନିରଞ୍ଜନ

ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗରେ ଓଡ଼ିଶା ବନ୍ଦ ଡାକରା ଦେବ କଂଗ୍ରେସ। ଏହି ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି ଯେ, ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି କିଛି ଆଶ୍ୱାସନା ଦେଲେନି। ନିଜ ସରକାର ଥିବାରୁ ଛତିଶଗଡ଼କୁ ମୋଦି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ସମର୍ଥନ କରୁଛନ୍ତି।

ମହାନଦୀ ଅବସ୍ଥା ପାଇଁ ରାଜ୍ୟ ସରକାର ମଧ୍ୟ ଯଥେଷ୍ଟ ଦାୟୀ। ୨୯ ଶିଳ୍ପ ସଂସ୍ଥା ଓଡ଼ିଶାରୁ ମୁହଁ ଫେରାଇ ଛତିଶଗଡ଼ ଚାଲିଗଲେ। ବନ୍ଧବାଡ଼ କଲେନାହିଁ । ୨୦୧୫ ମସିହା ପର୍ଯ୍ୟନ୍ତ ଚୁପ୍ ହୋଇ ବସିଲେ। ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଓ ଭୋଟ ପାଇଁ ନାଟକ କରୁଛନ୍ତି ବୋଲି କହିଛନ୍ତି ନିରଞ୍ଜନ।

ମହାନଦୀ ପାଇଁ କଂଗ୍ରେସ ଖୁବଶୀଘ୍ର ଓଡ଼ିଶା ବନ୍ଦ ଡାକରା ଦେବ ବୋଲି ସେ ଚେତାବନୀ ଦେଇଛନ୍ତି। ଏଥସହ ପେଟ୍ରୋଲ ଦର ପାଇଁ ଗାଡ଼ି ଛାଡ଼ିବାକୁ ଆହ୍ୱାନ ଦେଲା କଂଗ୍ରେସ। ୪ ତାରିଖ ସକାଳ ୬ଟା ରୁ ୧୨ଟା ପର୍ଯ୍ୟନ୍ତ ଗାଡ଼ି ନଚଲାଇବାକୁ ନିରଞ୍ଜନ ଭୁବନେଶ୍ୱର ଓ କଟକ ବାସିନ୍ଦାଙ୍କୁ ଆହ୍ୱାନ ଦେଇଛନ୍ତି।

You might also like