କର୍ଣ୍ଣାଟକ ଫର୍ମୂଲା: ଗୋଆ, ମଣିପୁର, ବିହାରରେ ନୂଆ ସରକାର ଦାବି

ନୂଆଦିଲ୍ଲୀ: ଗୋଆରେ ସରକାର ଗଢ଼ିବା ଦାବି ନେଇ କଂଗ୍ରେସ ବିଧାୟକମାନେ ଆଜି ଗୋଆ ରାଜ୍ୟପାଳ ମୃଦୁଲା ସିହ୍ନାଙ୍କୁ ଭେଟିଛନ୍ତି। ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ବିଜେପି ଯେପରି କର୍ଣ୍ଣାଟକରେ ସରକାର ଗଢ଼ିବାକୁ ସୁଯୋଗ ପାଇଲା, ସେହି ଆଧାରରେ ଗୋଆରେ କଂଗ୍ରେସକୁ ସରକାର ଗଢ଼ିବାକୁ ସୁଯୋଗ ଦିଆଯାଉ ବୋଲି ବିଧାୟକମାନେ ଦାବି ଉପସ୍ଥାପନ କରିଛନ୍ତି। ୨୦୧୭ ନିର୍ବାଚନରେ କଂଗ୍ରେସ ଗୋଆରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ତେଣୁ ଗୋଆରେ ସରକାର ଗଢ଼ିବାକୁ ବରିଷ୍ଠ କଂଗ୍ରେସ ନେତାମାନେ ଏପରି ଦାବି କରିଛନ୍ତି।

ସେହିପରି ବିହାର ରାଜ୍ୟପାଳଙ୍କୁ ମଧ୍ୟ ସମାନ ଦାବିରେ ସ୍ମାରକ ପତ୍ର ପ୍ରଦାନ କରିଛି ଆର୍‌ଜେଡି। ରାଜ୍ୟରେ ଆର୍‌ଜେଡି ଏକକ ସଂଖ୍ୟା ଗରିଷ୍ଠତା ଦଳ ହୋଇଥିବାରୁ ତାଙ୍କୁ ବହୁମତ ସାବ୍ୟସ୍ତ କରିବା ପାଇଁ ସୁଯୋଗ ଦିଆଯାଉ ବୋଲି ଦାବି କରିଛନ୍ତି ବିହାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ।

କେବଳ ବିହାର ଏବଂ ଗୋଆ ନୁହେଁ ମଣିପୁରରେ ମଧ୍ୟ ଏହି ଦାବି ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ବିରୋଧୀ କଂଗ୍ରେସ।  ଏନେଇ ପୂର୍ବତନ ମଣିପୁର ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ଇବୋବି ସିଂହ ରାଜ୍ୟପାଳ ଜଗଦୀଶ ମୁଖିଙ୍କୁ ଭେଟିଛନ୍ତି।

ପ୍ରକାଶ ଥାଉକି ୨୦୧୭ ନିର୍ବାଚନରେ ମଣିପୁର ବିଧାନସଭାର ୬୦ଟି ଆସନରୁ ସର୍ବାଧିକ ୨୮ଟି ଆସନ ହାତେଇଥିଲା କଂଗ୍ରେସ। ସେହିପରି ଗୋଆରେ ମଧ୍ୟ ୪୦ଟି ଆସନରୁ କଂଗ୍ରେସ ୧୮ଟି ଆସନରେ ବିଜୟୀ ହୋଇଥିଲା। ତଥାପି ବିଜେପି ମେଣ୍ଟକୁ ସରକାର ଗଠନ ପାଇଁ ସଂପୃକ୍ତ ରାଜ୍ୟର ରାଜ୍ୟପାଳ ଅନୁମତି ଦେଇଥିଲେ।

ଆହୁରି ପଢ଼ନ୍ତୁ

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

୫୫ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କାର୍ ଚକାରୁ ମିଳିଲା ବିରାଟକାୟ ଅଜଗର

ଆମେରିକାକୁ ଧମକ ଦେଇ ଚୀନ କହିଲା-ଉଡାଇ ଦେବୁ

ଇତିିହାସରେ ପ୍ରଥମ: ଭାରତୀୟ ନୌସେନାରେ ନିଯୁକ୍ତି ପାଇଲେ ଦୁଇ ମହିଳା ଅଫିସର

You might also like