କୁନ୍ଦୁଲି ଘଟଣାର ଏସଆଇଟି ତଦନ୍ତରେ ବିଳମ୍ବ : ପ୍ରତିବାଦରେ ଆଜି ରାଜଧାନୀରେ ଅାନ୍ଦୋଳନ କରିବ କଂଗ୍ରେସ

ଭୁବନେଶ୍ୱର  : କୁନ୍ଦୁଲି ଘଟଣାର ଏସଆଇଟି ତଦନ୍ତରେ ବିଳମ୍ବ ହେଉଥିବାରୁ ଏହାର ପ୍ରତିବାଦ କରି ରାଜ୍ୟବ୍ୟାପୀ ଅାନ୍ଦୋଳନ କରିବ କଂଗ୍ରେସ । ଅାଜି ପ୍ରଥମେ ରାଜଧାନୀ ଭୁବନେଶ୍ୱର ଏବଂ ପରେ ପର୍ଯ୍ୟାୟକ୍ରମେ କଟକ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଅାଦି ସ୍ଥାନରେ ଦଳ ଅାନ୍ଦୋଳନକୁ ଓହ୍ଲାଇବ  ।

କୋର୍ଟଙ୍କ ତତ୍ତ୍ୱାବଧାନରେ ଘଟଣାର ଏସଆଇଟି ତଦନ୍ତ ହେବ ବୋଲି ଗତ ୭ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ହେଲେ ଏଯାଏଁ ହାଇକୋର୍ଟଙ୍କ ପାଖକୁ ସରକାର ଚିଠି ଲେଖିନଥିବା ସେ ଅଭିଯୋଗ କରିଛନ୍ତି । ସେହିଭଳି ତଦନ୍ତକୁ ବାଟବଣା କରିବାକୁ ସରକାର ପ୍ରୟାସ କରୁଥିବା କଂଗ୍ରେସ ଏସସି ମୋର୍ଚ୍ଚାର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଶଗରିଅା ଅଭିଯୋଗ କରିଛନ୍ତି ।

ସେପଟେ ବିଜେଡି ଏହାର ଜବାବ ରଖିଛି ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଏସ୍ଅାଇଟି ତଦନ୍ତ ସମ୍ପର୍କରେ ସରକାର ସମସ୍ତ ଡକ୍ୟୁମେଣ୍ଟ ହାଇକୋର୍ଟକୁ ଦେଇସାରିଛନ୍ତି ।

ଗତ ଅକ୍ଟୋବର ୧୦ତାରିଖରେ କୁନ୍ଦୁଲି ପୀଡିତା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା।ଏହାପରେ ପାଖାପାଖି ୨ମାସ ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ଗତ ଜାନୁଅାରୀ ୨୨ ତାରିଖରେ ପୀଡିତା ଅାତ୍ମହତ୍ୟା କରିଥିଲେ ।

You might also like