କୁନ୍ଦୁଲି ଘଟଣାରେ ଆସନ୍ତାକାଲି ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ

ଭୁବନେଶ୍ୱର: କୁନ୍ଦୁଲି ଘଟଣା ନେଇ କଂଗ୍ରେସ ଆନ୍ଦୋଳନ କରିବା ଲାଗି ପ୍ରସ୍ତୁତି ଚଳାଇଛି।  ସୋମବାର ପ୍ରଥମେ ଭୁବନେଶ୍ୱର ଦଳ ପକ୍ଷରୁ ଆନ୍ଦୋଳନ ଆରମ୍ଭ କରାଯିବ। ଏହାପରେ କଟକ, ରାଉରକେଲା, ସମ୍ବଲପୁରରେ ମଧ୍ୟ ରାସ୍ତାକୁ ଓହ୍ଲାଇବ କଂଗ୍ରେସ। ଭୁବନେଶ୍ୱରରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଏସସି ମୋର୍ଚ୍ଚା ଅଧ୍ୟକ୍ଷ କୃଷ୍ଣ ଶଗରିଆ ଏ ନେଇ ସୂଚନା ଦେଇଛନ୍ତି।

ସମ୍ମିଳନୀରେ ସୂଚନା ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଶଗରିଆ। ଆଇନ ତା’ ବାଟରେ ଯିବ କହି ତଦନ୍ତକୁ ବାଟବଣା କରିବା ପାଇଁ ସରକାର ପ୍ରୟାସ କରୁଥିବା ସେ ଅଭିଯୋଗ ଆଣିଛନ୍ତି। କୋର୍ଟର ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ କହି ଏପର୍ଯ୍ୟନ୍ତ ଚିଠି ଲେଖି ନାହାନ୍ତି ବୋଲି ସେ କହିଛନ୍ତି।

You might also like