ଟ୍ୱିନ୍‌ ସିଟିରେ ଗାଡ଼ି ଚଳାଚଳ ବନ୍ଦ

କଟକ/ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଟ୍ୱିନ୍‌ ସିଟିରେ କଂଗ୍ରେସର ଚକା ଜାମ୍। କଟକ ଓ ଭୁବନେଶ୍ୱରରେ ଆଜି ସକାଳ ୬ରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା।

ଭୁବନେଶ୍ୱରର ବାଣୀବିହାର, ମାଷ୍ଟରକ୍ୟାଣ୍ଟିନ ଓ ଏଜି ସମେତ ଅନ୍ୟ ପ୍ରମୁଖ ଛକ ଗୁଡ଼ିକରେ କଂଗ୍ରେସ କର୍ମୀ ପିକେଟିଂ କରିବା ସହ ରାସ୍ତା ଅବରୋଧ କରିଥିଲେ।ଭୁବନେଶ୍ୱର ଉପକଣ୍ଠ ଉତ୍ତରାଛକରେ ରାସ୍ତା ଅବରୋଧ ହେବା ଫଳରେ ଭୁବନେଶ୍ୱର-ପୁରୀ ଯାତାୟାତ ଠପ୍ ହୋଇଯାଇଥିଲା।  ତେବେ ବିଭିନ୍ନ ସ୍ଥାନରେ ପୋଲିସ ଅାନ୍ଦୋଳନକାରୀଙ୍କୁ ଅଟକ ରଖିଛି। ଏଜି ଛକ ଠାରେ ୫୦ରୁ ଅଧିକ ଅାନ୍ଦୋଳନରତ ଯୁବକଂଗ୍ରେସ କର୍ମୀକୁ ପୋଲିସ ଅଟକ ରଖିଛି।

ସେପଟେ କଟକ ବାଦାମବାଡ଼ିରୁ କୌଣସି ବସ୍ ବାହାରକୁ ଏବଂ ବାହାରୁ କୌଣସି ବସ୍ ସହର ଭିତରକୁ ପ୍ରବେଶ ବନ୍ଦ କରାଯାଇଥିଲା  ବିଭିନ୍ନ ଛକରେ କଂଗ୍ରେସ ନେତା ଓ କର୍ମୀ ମାନେ ପିକେଟିଂ କରି ସାଧାରଣ ଲୋକଙ୍କୁ ଗାଡି ମଟର ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ

କଂଗ୍ରେସର ଚକା ଜାମ୍‌ ଡାକରାକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିଲା କମିଶନରେଟ୍ ପୋଲିସ। ଦୈତ ନଗରୀରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପାଇଁ ୨୦ରୁ ୨୫ ପ୍ଳାଟୁନ୍ ପୋଲିସ୍ ମୁତୟନ ହେବା ସହ ପ୍ରମୁଖ ଛକଗୁଡ଼ିକ ଉପରେ ପୋଲିସ୍‌ର ଫୋକସ୍ ରହିଥିଲା। ପେଟ୍ରୋଲ ଉପରେ ରାଜ୍ୟ ସରକାର ନେଉଥିବା ଭାଟ୍ ହ୍ରାସ କରିବାକୁ ଦଳ ଦାବି କରିଛି।

 

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ

ମନ୍ଦିର ଖୋଲିବାକୁ ମଙ୍ଗିଲେନି ସରକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

You might also like