ନିଜ ସମସ୍ତ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ମୋଦି : କପିଲ ସିବଲ୍
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ୪ ବର୍ଷ ପୂର୍ତ୍ତିକୁ ବିରୋଧ କରି ଆଜି କଂଗ୍ରେସ ପାଳୁଛି ‘ବିଶ୍ୱାସଘାତ ଦିବସ’। ଏହି ଅବସରରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ୍। ଗତ ଚାରି ବର୍ଷ ମଧ୍ୟରେ ମୋଦି ନିଜ ସମସ୍ତ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ବୋଲି କହିଛନ୍ତି ସିବଲ୍।
ଅଚ୍ଚେ ଦିନ ନୁହଁ ବରମ୍ ସାଧାରଣ ଲୋକ ମୋଦିଙ୍କ ପାଇଁ ସମସ୍ୟା ଭୋଗିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ବିଜେପି ସରକାର ଆଧିବାସୀ, କୃଷକ, ଶ୍ରମିକ ଏବଂ ସାଧାରଣ ଲୋକଙ୍କ ବିରୋଧୀ ବୋଲି ସେ ଆକ୍ଷେପ କରିଛନ୍ତି। ବ୍ୟବସାୟୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସର୍ବଦା ମୋଦି କାର୍ଯ୍ୟ କରନ୍ତି। ଓଡ଼ିଶାକୁ ଗତ ୪ ବର୍ଷରେ କେନ୍ଦ୍ର ସରକାର ବିଶ୍ୱାସଘାତ କରିଛନ୍ତି। ନିର୍ବାଚନ ପ୍ରଚାର ବେଳେ ଦେଇଥିବା ସମସ୍ତ ପ୍ରତିଶ୍ରୁତିକୁ ସେ ଅଣଦେଖା କରିଛନ୍ତି। ମୋଦିଙ୍କ ପ୍ରତି ଲୋକଙ୍କ ଆକ୍ରୋସ ରହିଛି; ତେଣୁ ସେ ସଡ଼କ ପଥ ଛଡ଼ା ହେଲିକପ୍ଟରରେ କଟକ ଯାଉଥିବା ଅଭିଯୋଗ କରିଛନ୍ତି ସିବଲ୍।