ଘନେଇବାରେ ଲାଗିଛି ତାରା-କୃଷ୍ଣ ବିବାଦ

ଭୁବନେଶ୍ୱର : ଦିନକୁ ଦିନ ଅଧିକ ଘନେଇବାରେ ଲାଗିଛି ତାରା ଓ କୃଷ୍ଣ ବିବାଦ। କୋରାପୁଟ ଜିଲ୍ଲାର ଦୁଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ କୃଷ୍ଣ ଚନ୍ଦ୍ର ଶଗରିଆଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେଉଛି। ତାରାଙ୍କ ବିରୋଧରେ ସାନି ଅଭିଯୋଗ ଆଣି ବିଧାୟକ ପଦରୁ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି କୃଷ୍ଣ ସଗରିଆ। ସେ କହିଛନ୍ତି ତାଙ୍କ ବିରୋଧରେ ତାରାଙ୍କ ଆକ୍ଷେପ ଅସହ୍ୟ ହେଉଛି।

ତାରା ଦେଉଥିବା ମନ୍ତବ୍ୟ ଅସହ୍ୟ ହେଉଥିବାରୁ ସେ ବିଧାୟକ ପଦରୁ ଇସ୍ତଫା ଦେବା ନେଇ ଦଳର ସଭାପତି ରାହୁଲ ଗାନ୍ଧି, ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂ ଓ ଦଳର ଅନୁସୂଚିତ ଜାତି ସେଲର ମୁଖ୍ୟ କେ. ରାଜୁଙ୍କୁ ମେଲ କରିଛନ୍ତି । ତାରା ତାଙ୍କ ପ୍ରତି ଜାତିଭିତ୍ତିକ ଆକ୍ଷେପ କରିଥିବା ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଇସ୍ତଫା ଦେବା ଲାଗି ଶଗରିଆ ଧମକ ଦେଇଛନ୍ତି।

ସେପଟେ କୃଷ୍ଣଙ୍କ ଏଭଳି ଅଭିଯୋଗର ତଦନ୍ତ ହେଉ ଏବଂ ଦୋଷୀ ଦଣ୍ଡ ପାଉ ବୋଲି ତାରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

You might also like