ଆଜି କଂଗ୍ରେସ ବିଧାୟକ ଦଳ ବୈଠକ : ବିଧାନସଭା ଅଧିବେଶନର ସପ୍ତାହେ ପୂର୍ବରୁ ବୈଠକକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର : ଆଜି ବସୁଛି କଂଗ୍ରେସ ବିଧାୟକ ଦଳ ବୈଠକ। ବିଧାନସଭାର ବଜେଟ୍ ଅଧିବେଶନକୁ ଆହୁରି ସପ୍ତାହେ ବାକି ଥିବାବେଳେ ଆଜିର ବୈଠକକୁ ନେଇ ଚାଲିଛି ଚର୍ଚ୍ଚା ଆଲୋଚନା।

ଆଜିର ବୈଠକ ଆଗାମୀ ବିଧାନସଭାରେ ସରକାରଙ୍କୁ ଘେରିବାକୁ ରଣନୀତି ନା ପିସିସି ପ୍ରସଙ୍ଗରେ ଆଲୋଚନା ପାଇଁ ଉଦ୍ଦିଷ୍ଟ ତାକୁ ନେଇ କଳ୍ପନାଜଳ୍ପନା ଚାଲିଛି। ତା ଛଡ଼ା ବିଜେପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟର କାରଣ ଓ ତ୍ରୁଟି ସମୀକ୍ଷା କରାଯିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ସୂଚନା ଦେଇଛନ୍ତି।

You might also like