କଂଗ୍ରେସରେ ଆର୍ଥିକ ସଙ୍କଟ: ୫ ମାସ ହେଲା ପିସିସିକୁ ଟଙ୍କାଟିଏ ବି ମିଳିନି

ନୂଆଦିଲ୍ଲୀ: ଦେଶର ସର୍ବ ପୁରାତନ ଦଳ କଂଗ୍ରେସରେ ଏବେ ପାଣ୍ଠିର ଘୋର ସଙ୍କଟ ଦେଖା ଦେଇଛି। ପାଞ୍ଚ ମାସ ହେଲାଣି ଏଆଇସିସିରୁ କୌଣସି ପିସିସିକୁ ଟଙ୍କାଟିଏ ବି ଫଣ୍ଡ ଆସିନି। ଏମିତିକି ଇଲେକ୍ଟୋରାଲ୍ ବଣ୍ଡ ମାଧ୍ୟମରେ ବି ଦଳ ଅର୍ଥ ସଂଗ୍ରହ କରିପାରୁନି। ସ୍ଥିତିର ମୁକାବିଲା ପାଇଁ ଦଳୀୟ ସଦସ୍ୟମାନଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛି କଂଗ୍ରେସ। ଏଥିସହିତ ଖର୍ଚ୍ଚ କମାଇବାକୁ ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କଂଗ୍ରେସର ଅବସ୍ଥା ଏଭଳି ହୋଇଛି ଯେ, ଦଳ ଚଳାଇବାକୁ ନେତା ଓ କର୍ମୀଙ୍କୁ ହାତ ପତାଇବା ଭଳି ସ୍ଥିତି ଉପୁଜିଛି ବୋଲି ଦଳର ସୋସିଆଲ୍ ମିଡିଆ ମୁଖ୍ୟ ଦିବ୍ୟା ସ୍ପନ୍ଦନା କହିଛନ୍ତି। କଂଗ୍ରେସ ଦଳର ଏଭଳି ସ୍ଥିତିକୁ ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ କିଛି ଏପରି କିଛି ଖବର ବିସ୍ତୁତ ଭାବେ ପ୍ରକାଶ ପାଇଛି।

ଅନ୍ୟପଟେ କିନ୍ତୁ ବିତ୍ତଶାଳୀ ହେବାରେ ଲାଗିଛି ବିଜେପି। ଏଡିଆର ସର୍ଭେ ରିପୋର୍ଟ ଆନୁସାରେ ୨୦୧୭ ଆର୍ଥିକ ବର୍ଷରେ ବିଜେପିର ପାଣ୍ଠି ୮୧ ପ୍ରତିଶତ ବୃଦ୍ଧି ପାଇ ୧ ହଜାର ୩୪ କୋଟିରେ ପହଞ୍ଚିଛି। ଏପରି କ୍ଷେତ୍ରରେ କଂଗ୍ରେସର ପାଣ୍ଠି ୧୪ ପ୍ରତିଶତ କମି ୨୨୫ କୋଟିରେ ସୀମିତ ରହିଥିଲା। ବହୁ ରାଜ୍ୟରେ କଂଗ୍ରେସ କ୍ଷମତା ହରାଇବା ପରେ ଏବେ ସେଠାରେ ବିଭିନ୍ନ କର୍ପୋରେଟ୍ ସେକ୍ଟରରୁ ମଧ୍ୟ ପାଣ୍ଠି ସଂଗ୍ରହ ବନ୍ଦ ହୋଇଯାଇଛି।

ବର୍ତ୍ତମାନ ସମୟରେ ବିଜେପି ୨୧ଟି ରାଜ୍ୟରେ କ୍ଷମତାରେ ଥିବାବେଳେ କଂଗ୍ରେସ ମାତ୍ର ଦୁଇଟି ବୃହତ୍ ରାଜ୍ୟ ପଞ୍ଜାବ ଓ କର୍ଣ୍ଣାଟକ ତଥା ପୁଡୁଚେରୀ ଓ ମିଜୋରାମ୍ କ୍ଷମତାରେ ରହିଛି। ତେଣୁ ପାଣ୍ଠି ସଂଗ୍ରହରେ ଏହା ବଡ଼ ପ୍ରତିବନ୍ଧକ ସାଜିଛି। ଏବେଠୁ ଗୁରୁତର ପାଣ୍ଠି ସଙ୍କଟରେ ଗତି କରୁଥିବା କଂଗ୍ରେସ, ଆଗାମୀ ୨୦୧୯ ନିର୍ବାଚନରେ ଶକ୍ତିଶାଳୀ ବିଜେପିକୁ ନିର୍ବାଚନ ମଇଦାନରେ କେମିତି ଟକ୍କର ଦେବ ଏବେ ତା ଉପରେ ସମସ୍ତଙ୍କ ନଜର।

 

ଆହୁରି ପଢ଼ନ୍ତୁ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

You might also like