‘ମୁଁ ହିରୋ’କୁ ଟାର୍ଗେଟ୍

ସରକାର ପ୍ରଥମେ ଜିରୋଙ୍କୁ ହିରୋ କରନ୍ତୁ କହିଲେ ନିରଞ୍ଜନ

ଭୁବନେଶ୍ୱର : ବିଜେଡିର ‘ମୁଁ ହିରୋ’ କାର୍ଯ୍ୟକ୍ରମକୁ ବିରୋଧୀଙ୍କ ସମାଲୋଚନା। ଅାଜି କଟକରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ୩୬ ଲକ୍ଷ ଯୁବକ କାମ ଅପେକ୍ଷାରେ ଥିବା ବେଳେ ୬୦ ଲକ୍ଷ ବାହାରେ ଖଟୁଛନ୍ତି। ତେଣୁ ସରକାର ପ୍ରଥମେ ଜିରୋଙ୍କୁ ହିରୋ କରନ୍ତୁ। ସେପଟେ ନିର୍ବାଚନ ପ୍ରଚାର ନାଁରେ ଏହା କେବଳ ଏକ ସ୍ଲୋଗାନ ଏବଂ ସରକାରୀ ଖର୍ଚ୍ଚରେ ନିର୍ବାଚନ ପ୍ରଚାର ବୋଲି କହିଛନ୍ତି ବିଜେପି ଉପ-ସଭାପତି  ସମୀର ମହାନ୍ତି।

ଅାଜି ସନ୍ଧ୍ୟାରେ ‘ମୁଁ ହିରୋ’ ନାଁରେ ଏକ ନୂଅା କାର୍ଯ୍ୟକ୍ରମ ଅାରମ୍ଭ କରିବାକୁ ଯାଉଛି ବିଜେଡି। ଏହି କାର୍ଯ୍ୟକ୍ରମ ଅନୁସାରେ, ରାଜ୍ୟର ପ୍ରତି ବ୍ଳକ, ପ୍ରତି ପଞ୍ଚାୟତ, ଗାଁ ଗାଁ ବୁଲିବ ଭ୍ରାମ୍ୟମାଣ ଗାଡି। ଯେଉଁ ଯୁବକମାନେ ନିଜ ନିଜ ଅଞ୍ଚଳ ପାଇଁ ଭଲ କାମ କରୁଛନ୍ତି, ଲୋକଙ୍କ ସହ ଅଛନ୍ତି, ସେମାନଙ୍କୁ ସ୍ଥାନୀୟ ହିରୋ ଭାବେ ପୁରସ୍କୃତ କରାଯିବ।

ଏପଟେ ବିରୋଧୀ ଅଭିଯୋଗ କରିବା ଏକ ରୁଟିନ୍ ୱାର୍କ ହୋଇଯାଇଛି ବୋଲି କହିଛି ବିଜେଡି।

You might also like