ମନି ଲଣ୍ଡରିଂ ମାମଲାରେ ମିସା ଭାରତୀ ଓ ତାଙ୍କ ସ୍ୱାମୀଙ୍କୁ ସର୍ତ୍ତମୂଳକ ଜାମିନ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ଏକ ସ୍ପେଶାଲ କୋର୍ଟ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ମିସା ଭାରତୀ ଓ ତାଙ୍କ ସ୍ୱାମୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।

ମିସା ଭାରତୀ ଓ ତାଙ୍କ ସ୍ୱାମୀ ଶୈଳେଶ କୁମାରଙ୍କ ବିରୋଧରେ ସମନ ଜାରି ପରେ ସେମାନେ ଆଜି କୋର୍ଟରେ ହାଜର ହୋଇଥିଲେ।

ଜାମିନ ବଦଳରେ ସେମାନଙ୍କୁ ବନ୍ଧକ ସ୍ୱରୂପ ପ୍ରତ୍ୟେକ ୨ ଲକ୍ଷ ଟଙ୍କାର ଏକ ପର୍ସନାଲ ବଣ୍ଡ ସହ କୋର୍ଟର ବିନା ଅନୁମତିରେ ଦେଶ ନଛାଡିବାକୁ କୋର୍ଟ ନିର୍ଦ୍ଦେଶ  ଦେଇଛନ୍ତି।

ଅନ୍ୟପକ୍ଷରେ, କୋର୍ଟର ଶୁଣାଣି ବେଳେ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମିସା ଓ ତାଙ୍କ ସ୍ୱାମୀଙ୍କ ଜାମିନକୁ ବିରୋଧ କରିଛି। ସେମାନେ ଆର୍ଥିକ ଅପରାଧରେ ବହୁ ଗମ୍ଭୀର ଭାବେ ଜଡ଼ିତ ବୋଲି ଇଡି କହିଛି।

ମନି ଲଣ୍ଡରିଂ ମାମଲାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତ ଡ଼ିସେମ୍ବର ୨୩ରେ ଭାରତୀ ଓ ତାଙ୍କ ସ୍ୱାମୀ ଶୈଳେଶଙ୍କ ବିରୋଧରେ ଫାଇନାଲ ରିପୋର୍ଟ ଦାଖଲ କରିବା ସହ ଦିଲ୍ଲୀର ଏକ ଫାର୍ମହାଉସକୁ ମଧ୍ୟ ବ୍ୟାଜ୍ୟାପ୍ତ କରିଥିଲା।

ଏହି ଫାର୍ମହାଉସ ଦକ୍ଷିଣ ଦିଲ୍ଲୀର ବିଜୱାସନ ସ୍ଥିତ ପାମ୍ ଫାର୍ମସ୍, ୨୬ରେ ଅବସ୍ଥିତ। ଏହି ଫାର୍ମହାଉସ M/s Mishail Packers and Printers Private Limited ନାଁରେ ନାମିତ ବୋଲି ଇଡି ଉଲ୍ଲେଖ କରିଛି।।

ଏହା ୨୦୦୮-୦୯ ମସିହାରେ ୧.୨ କୋଟି ଟଙ୍କାର କଳାଟଙ୍କାକୁ ଧଳା କରାଯାଇ କିଣାଯାଇଥିଲା ବୋଲି ଇଡି ଦର୍ଶାଇଛି।

ଆହୁରି ପଢ଼ନ୍ତୁ

ହାଥରସ ଗଣଦୁଷ୍କର୍ମ ମାମଲା; ପରିବାର ଲୋକଙ୍କୁ ଘରେ ବନ୍ଦ କରି ପୀଡିତାଙ୍କ ଶବ ସତ୍କାର କଲା ପୋଲିସ

ପ୍ରେସିଡେନ୍‌ସିଆଲ ଡିବେଟରେ ମୁହାଁମୁହିଁ ହେଲେ ଟ୍ରମ୍ପ-ବିଡେନ

ଆସନ୍ତାବର୍ଷ ସୁଦ୍ଧା କମ୍‌ ଦାମ୍‌ରେ ମିଳିବ କରୋନା ଟିକା

୨୮ ବର୍ଷ ପରେ ଆଜି ହେବ ବାବରି ମସଜିଦ୍ ଭଙ୍ଗା ମାମଲାର ରାୟ ଶୁଣାଣି

ଏହି ରାଜ୍ୟରେ ଅକ୍ଟୋବର ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

You might also like