ବିଧାନ ପରିଷଦ ପାଇଁ ତେଲେଙ୍ଗାନା ଓ ବିହାରରୁ ଅନୁଧ୍ୟାନ ସାରି ଫେରିଲା ଟିମ୍

ତେଲେଙ୍ଗାନା ଅାଧାରରେ ରିଜୋଲ୍ୟୁସନ ଅାଣିବାକୁ ପ୍ରସ୍ତାବ

ଭୁବନେଶ୍ୱର : ବିଧାନ ପରିଷଦ ଗଠନ ପାଇଁ ପାଇଁ ୨ଟି ରାଜ୍ୟ ଅନୁଧ୍ୟାନ କରି ଫେରିଲା ସ୍ୱତନ୍ତ୍ର ଅନୁଧ୍ୟାନ କମିଟି।  ତିନିଜଣିଆ ଟିମ୍ ବିହାର ଓ ତେଲେଙ୍ଗାନା ଯାଇ ସେମାନଙ୍କ ବିଧାନ ପରିଷଦ ଗଠନ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି।  ଏନେଇ ରାଜ୍ୟସରକାରଙ୍କୁ ଖୁବଶୀଘ୍ର ରିପୋର୍ଟ ଦିଅାଯିବ ବୋଲି କମିଟିର ଅଧ୍ୟକ୍ଷ ନୃସିଂହ ସାହୁ କହିଛନ୍ତି।

ତେଲେଙ୍ଗାନାରେ ଯେପରି ରିଜୋଲ୍ୟୁସନ୍ ପାସ୍ ହେଲା, ସେହି ଅାଧାରରେ ରିଜୋଲ୍ୟୁସନ ଅାସିପାରେ ବୋଲି ସେ ସୂଚନା ଦେଇଛନ୍ତି। ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଯାଇଥିବା ଏହି କମିଟିରେ ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ ଓ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ସାମିଲ ହୋଇଥିଲେ।

ସେପଟେ ଥଇଥାନ କରିବା ପାଇଁ ବିଧାନ ପରିଷଦ ଗଠନ କରାଯାଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ଅଭିଯୋଗ କରିଛନ୍ତି।

You might also like