ସନ୍ଧ୍ୟା ସୁଦ୍ଧା ଦେଶ ଛାଡ଼ିବାକୁ ୮ ଥାଇଲାଣ୍ଡ ଯୁବତୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଭୁବନେଶ୍ୱରର ଏକ ସ୍ପା ସେଣ୍ଟରରୁ ୮ ଥାଇଲାଣ୍ଡ ଯୁବତୀ ଧରାପଡ଼ିବା ଘଟଣାରେ କମିଶନରେଟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶୀଘ୍ର ଦେଶ ଛାଡ଼ି ଚାଲିଯିବାକୁ ୮ ଜଣ ଥାଇଲାଣ୍ଡ ଯୁବତୀଙ୍କୁ ନୋଟିସ୍ ଜାରି କରିଛି କମିଶନରେଟ ପୋଲିସ।

ଆଜି ସନ୍ଧ୍ୟା ସୁଦ୍ଧା ଦେଶ ଛାଡ଼ିବାକୁ ନୋଟିସ୍ ଜାରି ହୋଇଥିବା ସୂଚନା ମିଳିଛି।  ଗତ ୧୯ତାରିଖରେ ଭୁବନେଶ୍ୱରର ବାପୁଜୀନଗର ଭଳି ଏକ ଜନଗହଳିପୂର୍ଣ୍ଣ ସ୍ଥାନରୁ ଏକ ବଡ ସେକ୍ସ ରାକେଟ୍‌କୁ କମିଶନରେଟ୍ ପୋଲିସ ଧରିଥିଲା।  ଏହି ରାକେଟ୍‌ରେ ସଂପୃକ୍ତ ଥିବା ୮ଜଣ ଥାଇଲ୍ୟାଣ୍ଡ ଯୁବତୀ ପୋଲିସ ହାତରେ ଧରାପଡିଥିଲେ।  ଏହାସହ ୭ ଜଣ ଯୁବକଙ୍କୁ ମଧ୍ୟ ପୋଲିସ ଧରିଥିଲା।

ଟୁରିଷ୍ଟ ଭିସା ନାଁରେ ବିଦେଶିନୀ ମାନେ ସେକ୍ସ କାରବାର ଭଳି କର୍ମରେ ନିୟୋଜିତ ରହିଥିବାରୁ ଭିସା ଗାଇଡ଼୍‌ଲାଇନକୁ ସେମାନେ ଉଲ୍ଲଂଘନ କରୁଥିବା ନେଇ ଜଣାପଡିଛି।

ଆହୁରି ମଧ୍ୟ ପଢ଼ନ୍ତୁ- ରାଜଧାନୀରେ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍‌, ଧରାପଡ଼ିଲେ ୮ ବିଦେଶିନୀ

 

You might also like