ଆସନ୍ତା ୧୭ତାରିଖରେ୨ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

କଟକ: ଆସନ୍ତା ୧୭ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଗସ୍ତ ସମୟରେ ରାଷ୍ଟ୍ରପତି କଟକ ଆନନ୍ଦ ଭବନ ମ୍ୟୁଜିୟମର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୋଲିସ କମିଶନର ଏବଂ ଡିସିପି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।  ଉଭୟ ଆନନ୍ଦ ଭବନକୁ ଯାଇ ବୁଲି ଦେଖିବା ସହ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ କଣ ସବୁ ପଦକ୍ଷେପ ନିଆଯିବ ସେନେଇ ଅନୁଧ୍ୟାନ କରିଛନ୍ତି।
ଦେଖନ୍ତୁ ଏହି ଭିଡ଼ିଓ-

You might also like