କଲେଜ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ବଲାଙ୍ଗିର: ସାଇକେଲରେ କଲେଜ ଯାଉଥିବା ବେଳେ ଛାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ୍‌। ବଲାଙ୍ଗିର ଲକ୍ଷ୍ମୀଜୋର ଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଛାତ୍ରୀ ଜଣକ ହେଲେ ବଲାଙ୍ଗିର ସରକାରୀ ଯୁକ୍ତ ଦୁଇ କଲେଜର ମିଲି ନାୟକ।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୯ଟାରେ ଛାତ୍ରୀ ଜଣକ ରିନ୍‌ବଚନ ଗାଁରୁ ସାଇକେଲରେ କଲେଜ ଯାଉଥିଲେ। ଲକ୍ଷ୍ମୀଜୋର ବ୍ରିଜ୍ ଉପରେ ସାମ୍ନା ପଟୁ ଛାତ୍ରୀ ଜଣଙ୍କୁ ଟ୍ରକ୍‌ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି।

ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକ ଓ କଲେଜ ଛାତ୍ରଛାତ୍ରୀ କ୍ଷତିପୂରଣ ଦାବିରେ ଛାତ୍ରୀଙ୍କ ମୃତଦେହ ଗାନ୍ଧିନଗର ଛକରେ ରଖି ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

ସୂଚନାଥାଉ କି, ଫ୍ରେଣ୍ଡସିପ୍ ଡେ’ ଦିନ ବଲାଙ୍ଗିର ଜିଲ୍ଲା ସାତମାଇଲ୍ ନିକଟରେ ୩ ଜଣ ବନ୍ଧୁ ଏକ ବାଇକ୍‌ରେ ସୋନପୁରରୁ ବଲାଙ୍ଗିର ଆସୁଥିବା ବେଳେ ସାତମାଇଲ୍‌ ନିକଟରେ ଏକ ଟ୍ରକ୍‌ ସହ ସେମାନଙ୍କର ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା।

You might also like