କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାପୁଜୀ ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀଙ୍କ ବାପା ଗତକାଲି ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ଛାତ୍ରୀ ଜଣକ ଛେଣ୍ଡିପଦା ଅଞ୍ଚଳରେ ନିଜ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିଲେ। ସେ କଲେଜରୁ ଫେରୁଥିବା ବେଳେ ବିଭୁତିଭୂଷଣ ନାମକ ଜଣେ ଯୁବକ ଝିଅକୁ ଅପହରଣ କରିଥିବା ନେଇ ତାଙ୍କ ବାପା ଅଭିଯୋଗ କରିଛନ୍ତି। ଘରକୁ ଫେରିବାରେ ଝିଅର ବିଳମ୍ୱ ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ, କିନ୍ତୁ ପାଇ ନଥିଲେ। ତା’ପରେ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

You might also like