ଜଳିଗଲା ଏକ୍ସପ୍ରେସ୍‌ ଟ୍ରେନ୍‌

ଗ୍ୱାଲିୟର: ହୁତୁ ହୁତୁ ହୋଇ ଜଳିଗଲା ଟ୍ରେନ୍‌। ଆନ୍ଧ୍ରପ୍ରଦେଶ ଏସି ସୁପର୍‌ ଫାଷ୍ଟ ଏକ୍ସପ୍ରେସ୍‌ରେ ନିଆଁ ଲାଗି ଯାଇଥିବାର ସୂଚନା ମିଳିଛି। ମଧ୍ୟପ୍ରଦେଶ ଗ୍ୱାଲିୟରରେ ଆଜି ଏହି ଅଘଟଣ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନ୍‌ଟି ଦିଲ୍ଲୀରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା। ଟ୍ରେନ୍‌ରେ ନିଆଁ ଲାଗିଯିବା ଫଳରେ ପରିବେଶଟି ପୂରା ଧୂଆଁମୟ ହୋଇଯାଇଥିଲା।

ଅନ୍ୟପକ୍ଷରେ, ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏପଟେ ନିଆଁରେ କୌଣସି ଯାତ୍ରୀଙ୍କ କିଛି କ୍ଷତି ହୋଇନଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଟ୍ରେନ୍‌ର ୨ଟି ବଗି B6 ଓ B7ରେ ନିଆଁ ଲାଗିଯାଇଛି।  ଦିନ ୧୧ଟା ୫୦ ମିନିଟ୍‌ରେ ପ୍ରଥମେ B6 କୋଚ୍‌ରେ ଲାଗିଥିଲା। ପରେ ଏହା B7 କୁ ବ୍ୟାପି ଯାଇଥିଲା ବୋଲି ଜଣାପଡ଼ିଛି। ଏହିଘଟଣା ପରେ ଏହି ୨ଟି କୋଚ୍‌କୁ ଟ୍ରେନ୍‌ରୁ ଅଲାଗା କରାଯିବା ସହ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଅନ୍ୟ କୋଚ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା।

ବିଶାଖାପାଟଣା ରେଲୱେ ଷ୍ଟେସନ୍‌ ପକ୍ଷରୁ ହେଲପ୍‌ ଲାଇନ୍‌ ନମ୍ବର – 08912883003, 08912883004, 08912746330, 08912746344 ଜାରି କରାଯାଇଛି।

ଏହି ଘଟଣା ଫଳରେ ଟ୍ରେନ୍‌ ଚଳାଚଳ ବାଧାପ୍ରାନ୍ତ ହୋଇଛି। ବିଭିନ୍ନ ଷ୍ଟେସନ୍‌ରେ ଅନେକ ଟ୍ରେନ୍‌ ଅଟକି ରହିଥିଲା। ରେଲୱେ ପକ୍ଷରୁ ଜରୁରୀକାଳୀନ ନମ୍ବର 1322, 1800111189 ଜାରି କରାଯାଇଛି।

ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନି।

ଆହୁରି ପଢ଼ନ୍ତୁ

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

You might also like