ମୁଖ୍ୟମନ୍ତ୍ରୀଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା : ଭାରତୀୟ ନିର୍ବାଚନ କମିଶନଙ୍କୁ ଚରମପତ୍ର ଦେଲେ ଅଭିଯୋଗକାରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନାଁରେ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲା। ପ୍ରସଙ୍ଗରେ ଭାରତୀୟ ନିର୍ବାଚନ କମିଶନଙ୍କୁ ଚରମପତ୍ର ଦେଲେ ଅଭିଯୋଗକାରୀ। ହିଞ୍ଜିଳି ବିଧାନସଭା ଆସନର ପରାଜିତ ପ୍ରାର୍ଥୀ ଆବେଦନକାରୀ ସୁବାସ ମହାପାତ୍ର ନିର୍ବାଚନ କମିସନଙ୍କୁ ଦେଇଥିବା ଚଠିରେ ୩ ଦିନ ମଧ୍ୟରେ ସୁପ୍ରିମକୋର୍ଟଙ୍କ ନିକଟରେ କ୍ଷମା ମାଗିବାକୁ ଲେଖିଛନ୍ତି।

ଏଥିରେ ବ୍ୟତିକ୍ରମ ହେଲେ ଫୌଜଦାରୀ ମାମଲା କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ସୁବାସ। ସେ କହିଛନ୍ତି,ତ୍ୱରିତ ତଦନ୍ତ କରିବେ ବୋଲି ମୁଖ୍ୟ ନିର୍ବାଚନ କମିଶନ ଅକ୍ଟୋବର ୨୭ରେ ଏନେଇ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ। ହେଲେ ଦୀର୍ଘଦିନ ବିତିଯାଇଥିଲେ ବି ତଦନ୍ତରେ କାଳକ୍ଷେପଣ ନୀତି ଅବଲମ୍ବନ କରାଯାଉଛି। ଏହା ସୁପ୍ରିମକୋର୍ଟଙ୍କ ଅବମାନନା ବୋଲି ସେ ଚିଠିରେ ଲେଖିଛନ୍ତି।

ଏହା ଜାଣିଶୁଣି କରାଯାଉଛି ଓ କୋର୍ଟଙ୍କୁ କ୍ଷମା ମାଗନ୍ତୁ ବୋଲି ସେ ଚିଠିରେ ଲେଖିଛନ୍ତି। ତେବେ ଏ ନେଇ ମୁଖ୍ୟ ନିର୍ବାଚନ କମିଶନଙ୍କ ପ୍ରତିକ୍ରିୟା ମିଳିନାହିଁ।

ଦେଖନ୍ତୁ ଏହି ଭିଡ଼ିଓ-

You might also like