ରତ୍ନଭଣ୍ଡାର ଚାବି ନିଖୋଜ ରହସ୍ୟର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ପୁରୀ : ମହାପ୍ରଭୁଙ୍କ ମହଣ ମହଣ ସୁନା ଅଳଙ୍କାର ଥିବା ଭରତ୍ନଭଣ୍ଡାର ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚାବି ହଜିବା ନେଇ ଓଟିଭିରେ କ୍ରମାଗତ ଖବର ପ୍ରସାରଣ ପରେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ଏହି ଘଟଣାର ହେବ ବିଚାର ବିଭାଗୀୟ ଦତନ୍ତ।  ହାଇକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ଦ୍ୱାରା ୩ମାସ ମଧ୍ୟରେ ଏହି ତଦନ୍ତ ହେବ।

ଆଜି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଥିଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା। ରତ୍ନଭଣ୍ଡାର ଚାବି ହଜିବା ନେଇ ଉଭୟଙ୍କ ମଧ୍ୟରେ ବିଚାର ବିମର୍ଷ ହୋଇଥିବା ସୂଚନା ମିଳିଛି।

ରତ୍ନଭଣ୍ଡାରର ଚାବି ହଜିବା ନେଇ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହାପରେ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ କ୍ଷୋଭ ଉଦବେଗ ପ୍ରକାଶ ପାଇବା ସହ ରାଜ୍ୟବ୍ୟାପି ଉଦବେଗ ପ୍ରକାଶ ପାଇଛି।

You might also like