ଓଡିଶା ସିଭିଲ୍ ସର୍ଭିସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଭୁବନେଶ୍ୱର : ରାଜ୍ୟର ୧୪୫ ଜଣଙ୍କୁ ନୂଆ କରି ଓଏଏସ ଭାବରେ ନିଯୁକ୍ତି ଦିଆଯାଇଛି। ଆଜିଠାରୁ ସେମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ୱର ଜୟଦେବ ଭବନଠାରେ ସମସ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହିତ ଶୁଭେଛା ବାର୍ତ୍ତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଅନ୍ୟ ପଟେ ଆଇନ ଅନୁଯାୟୀ ପ୍ରଶାସନିକ ଦକ୍ଷତା ପ୍ରଦର୍ଶନ ନେଇ ଆଶାବାଦୀ ନବ ନିଯୁକ୍ତ ଓଏଏସ।  ଉଦଘାଟନୀ ଉତ୍ସବରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି , ମୁଖ୍ୟ ଶାସନ ସଚିବଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।

You might also like