ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଘରେ ଘରେ ପହଞ୍ଚିବ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର: ନୂଆ ଯୋଜନା ପାଇଁ ନୂଆ ଢାଞ୍ଚାରେ ହେବ ପ୍ରଚାର ପ୍ରସାର। ପ୍ରଥମ ଥର ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଘରେ ଘରେ ପହଚିଂବ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା। ଟାର୍ଗେଟ୍‌ରେ ରହିଛି ପ୍ରାୟ ୭୦ ଲକ୍ଷ ପରିବାରର ସାଢ଼େ ୩ କୋଟି ହିତାଧିକାରୀ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଚିଠି ବାଣ୍ଟିବା ପାଇଁ ପ୍ରସ୍ତୁତ ହୋଇଛି ଗାଇଡଲାଇନ୍। ଗାଁ ଓ୍ୱାରି ହିତାଧିକାରୀଙ୍କ ତାଲିକା ମଧ୍ୟ ଜିଲ୍ଲାପାଳମାନଙ୍କୁ ପଠାଇ ଦିଆଯାଇଛି। ୧୫ ଅଗଷ୍ଟରୁ ଚିଠି ବଣ୍ଟନ ଆରମ୍ଭ ହୋଇ ୭ ଦିନ ଭିତରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ ମୋଡାଲିଟିଜ୍ ଧାର୍ଯ୍ୟ ସହ ବ୍ଲକ୍ ଓ ଜିଲ୍ଲା କମିଟି ଗଠନ ହୋଇଛି। ଏହି ଫର୍ମାଟ୍ ଅନୁଯାୟୀ ଚୂଡ଼ାନ୍ତ ରିପୋର୍ଟ ଜିଲ୍ଲାପାଳମାନେ ରାଜ୍ୟ ମୁଖ୍ୟାଳୟକୁ ପ୍ରଦାନ କରିବେ। ଯୋଜନାକୁ କ୍ୟାବିନେଟ୍‌ରେ ଗ୍ରୀନ୍ ସିଗ୍‌ନାଲ୍‌ ମିଳିସାରିଛି।

ଏପଟେ ନିର୍ବାଚନ ପୂର୍ବରୁ ନବୀନଙ୍କ ଏହି ଲେଟର୍ ପଲିଟିକ୍ସକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ପ୍ରଥମ ଥର ପାଇଁ ହିତାଧିକାରୀଙ୍କ ପାଖରେ ପହଞ୍ଚିବ ମୁଖ୍ୟମନ୍ତ୍ରୀଙ୍କ ଚିଠି, ଯେଉଁଥିରେ ସ୍କିମ୍ ବିଷୟରେ ଉଲ୍ଲେଖ ହୋଇଥିବ। ଯୋଜନା ଅନ୍ତର୍ଗତ ପ୍ରତି ଯୋଗ୍ୟ ପରିବାରକୁ ୫ ଲକ୍ଷ ଟଙ୍କା ଯାଏଁ ସ୍ୱାସ୍ଥ୍ୟ ସହାୟତା ଓ ମହିଳାଙ୍କ କ୍ଷେତ୍ରରେ ଏହା ୭ ଲକ୍ଷ କରାଯାଇଛି। ପ୍ରଶ୍ନ ଉଠୁଛି ନିଜ ଭୋଟ୍‌ବ୍ୟାଙ୍କକୁ ମଜଭୁତ କରିବା ପାଇଁ ଶାସକ ଦଳର ଏଭଳି ପ୍ରୟାସ କି? ନିର୍ବାଚନ ବର୍ଷରେ ସିଧାସଳଖ ଲୋକଙ୍କ ସହ ଯୋଡ଼ିହେବା ପାଇଁ ଏହା ଏକ ସୁଚିନ୍ତିତ ପଦକ୍ଷେପ କି? ନବୀନଙ୍କ ଏହି ଷ୍ଟାଇଲ୍‌କୁ ବିରୋଧୀ କଡ଼ା ସମାଲୋଚନା କରିଛନ୍ତି।

ପୂର୍ବରୁ ରାଜ୍ୟ ସରକାର ନିଜ ସ୍କିମ୍‌ରେ ପ୍ରଚାର ପ୍ରସାର ପାଇଁ ପଂଚାୟତରୁ ପୌରାଚଂଳ ପର୍ଯ୍ୟନ୍ତ ସବୁ ପ୍ରମୁଖ ସ୍ଥାନରେ ହୋର୍ଡିଂ ଲଗାଇବାକୁ ସ୍ଥାନ ସଂରକ୍ଷଣ ପାଇଁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଥିଲେ। ଏବେ ନବୀନଙ୍କ ଚିଠି ଘରେ ଘରେ ପହଚିଂବ। ଏଥିରୁ ବିଜେଡିକୁ କେତେ ଫାଇଦା ମିଳିବ ତା’ ଉପରେ ନଜର।

ଆହୁରି ପଢ଼ନ୍ତୁ

You might also like