ବିଚ୍ଛିନ୍ନାଞ୍ଚଳକୁ ଫିଟିଲା ବାଟ; ଗୁରୁପ୍ରିୟା ସେତୁ ଉଦ୍‌ଘାଟିତ

ମାଲକାନଗିରି: ବହୁ ପ୍ରତୀକ୍ଷା ପରେ ଶେଷରେ ପୂରଣ ହେଲା ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳବାସୀଙ୍କ ବହୁ ଦିନର ସ୍ୱପ୍ନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗୁରୁପ୍ରିୟା ସେତୁକୁ ଉଦ୍‌ଘାଟନ କରିଛନ୍ତି। ଏହି ସେତୁ ହେବାଦ୍ୱାରା ବିଚ୍ଛିନ୍ନାଞ୍ଚଳର ୧୦୦ରୁ ଅଧିକ ଗାଁ ମୂଳ ଭୂଖଣ୍ଡ ସହ ଯୋଡ଼ି ହୋଇଛନ୍ତି।  ଯାହାକି ଏକ ସମ୍ପର୍କର ସେତୁ ବୋଲି ମଧ୍ୟ କୁହାଯାଉଛି। ସେତୁ ନିର୍ମାଣ ପୂର୍ବରୁ ଜଳପଥରେ ଲୋକେ ଯାତ୍ରା କରୁଥିଲେ।

ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶ ସ୍ରୋତରେ ସାମିଲ ହେବା ପାଇଁ ନକ୍ସଲଙ୍କୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ,“ଆସନ୍ତୁ,ବିକାଶ ପଥରେ ସାମିଲ ହୁଅନ୍ତୁ। ଶାନ୍ତି ଏବଂ ପ୍ରଗତିରେ ନିଜକୁ ସାମିଲ କରନ୍ତୁ।”

ଗୁରୁପ୍ରିୟା ସେତୁ ସମାପନ ନେଇ ଆମେ ଅତ୍ୟନ୍ତ ଖୁସି ଓ କୃତଜ୍ଞ ବୋଲି ନବୀନ କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ  କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

୧୮୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଗୁରୁପ୍ରିୟା ସେତୁର ଲମ୍ବ ୯୧୦ ମିଟର।  ଷାଠିଏ ଦଶକରେ ବାଲିମେଳା ଜଳବିଦ୍ୟୁତ ଯୋଜନା ହେବା ଫଳରେ  ଚିତ୍ରକୋଣ୍ଡା ଜଳ ଭଣ୍ଡାର ସୃଷ୍ଟି ହୋଇଥିଲା। ଏହାଦ୍ୱାରା ୩୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ। ଫଳରେ ସେହି ଅଞ୍ଚଳରେ ବିକାଶ ପହଞ୍ଚି ପାରୁନଥିଲା ।  ଏବେ ଗୁରୁପ୍ରିୟା ସେତୁ ହେବା ଦ୍ୱାରା ଉକ୍ତ ଅଞ୍ଚଳରେ ବିକାଶ ପହଞ୍ଚିଛି।

ଆହୁରି ପଢ଼ନ୍ତୁ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

ରହସ୍ୟ ଘେରରେ ମା’-ଝିଅଙ୍କ ମୃତ୍ୟୁ: ୪ ଦିନ ହେଲା ପଡ଼ି ରହିଛି ମୃତଦେହ

ବିଜେଡି ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ରବୀନ୍ଦ୍ର ଜେନା

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

ଦିନକରେ ଓଡ଼ିଶାରେ ୪,୨୩୭ କରୋନା ଆକ୍ରାନ୍ତ‌ ଚିହ୍ନଟ

‘ମୃତକଙ୍କ ହେବନି କୋଭିଡ୍-୧୯‌ ଟେଷ୍ଟ୍‌’

OJEE 2020: ଆଜି ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ

ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

You might also like