ଏସିଆନ୍ ଗେମ୍ସ ପଦକ ବିଜେତା ଓଡ଼ିଆ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
ଭୁବନେଶ୍ୱର: ଚଳିତ ବର୍ଷ ଏସିଆନ୍ ଗେମ୍ସରେ ଭାରତୀୟ ହକି ଦଳରେ ଅଂଶ ଗ୍ରହଣ କରିଥିବା ଓଡିଶାର ଖେଳାଳିମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସମ୍ବର୍ଦ୍ଧିତ କରିଛନ୍ତି। ରୌପ୍ୟ ବିଜେତା ମହିଳା ହକି ଦଳର ୪ ଓଡ଼ିଆ ଖେଳାଳିଙ୍କୁ ସମ୍ବର୍ଦ୍ଧନା କରିବା ସହ କୋଟିଏ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଛନ୍ତି। ଲିଲିମା ମିଞ୍ଜ୍, ସୁନୀତା ଲାକ୍ରା, ଦୀପ୍ ଗ୍ରେସ୍ ଏକ୍କା ଓ ନମିତା ଟପ୍ପୋଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
Delighted to present ₹1 crore each to four Odia players of silver medal winning Indian Women's Hockey Team and ₹50 lakh each to two players of bronze medal winning Men's Hockey Team in #AsianGames2018. Wish them more success #HeartBeatsForHockey #HockeyWorldCup2018 pic.twitter.com/vV7agUA8PX
— Naveen Patnaik (@Naveen_Odisha) 10 September 2018
ସେହିପରି ବ୍ରୋଞ୍ଜ୍ ବିଜେତା ପୁରୁଷ ହକି ଦଳର ୨ ଓଡ଼ିଆ ଖେଳାଳିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ବୀରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସଙ୍କୁ ୫୦ ଲକ୍ଷ ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି।
ଏଥିସହ ମୁଖ୍ୟମନ୍ତ୍ରୀ ଏସିଆନ୍ ଗେମ୍ସରେ ଅଂଶ ଗ୍ରହଣ କରିଥିବା ଓଡ଼ିଆ ଆଥ୍ଲେଟ୍ ଜଉନା ମୁର୍ମୁ ଓ ପୂର୍ଣ୍ଣିମା ହେମ୍ବ୍ରମ୍ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ।
Felicitated and announced award of ₹7.5 lakh each for #Odia women athletes, Jauna Murmu and Purnima Hembram for their participation and gritty performance in #AsianGames2018. Wish them all success in future #OdishaForIndia pic.twitter.com/uVruunQ67P
— Naveen Patnaik (@Naveen_Odisha) 10 September 2018
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ଆବଶ୍ୟକ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ ବୋଲି କହିଥିଲେ।