ଆଶାକର୍ମୀଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କାର୍ଯ୍ୟରତ ଆଶାକର୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ରାଶି ଘୋଷଣା କରିଛନ୍ତି। ଆଶାକର୍ମୀଙ୍କୁ ଉତ୍ସାହିତ କରିବା ସହ  ନିଜ ଦାୟିତ୍ୱକୁ ସୁଚାରୁରୂପେ କାର୍ଯ୍ୟକାରୀ କରିବା ପାଇଁ ସରକାର ୧୦ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ଉକ୍ତ ସହାୟତା ରାଶିକୁ ଆଶାମାନେ ଛତା, ଚପଲ, ସାଇକେଲ, ଆଲ୍‌ମିରା, ଟର୍ଚ୍ଚ ଆଦି କିଣିବାରେ ଖର୍ଚ୍ଚ କରିପାରିବେ।

ଏହି ଯୋଜନାରେ ରାଜ୍ୟର ପ୍ରାୟ ୪୭ ହଜାରରୁ ଉର୍ଦ୍ଧ୍ୱ ଆଶାକର୍ମୀ ଉପକୃତ ହେବେ। ସେହିପରି ‘ଆଶା ଅବ୍ୟାହତି ଯୋଜନା’ ଅନ୍ତର୍ଗତ ଏକକାଳୀନ ଆର୍ଥିକ ସହାୟତା ରାଶିକୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ଏଣିକି ଯେଉଁ ଆଶାକର୍ମୀ ଅତି କମ୍‌ରେ ୧୦ ବର୍ଷ କାର୍ଯ୍ୟ କରି ସ୍ୱେଚ୍ଛାକୃତ ଭାବରେ ଅବ୍ୟାହତି ନେବେ ବା ୬୨ ବର୍ଷ ବୟସରେ ଆଶା କାର୍ଯ୍ୟରୁ ଅବ୍ୟାହତି ପାଇବା ପରେ ଏହି ଆର୍ଥିକ ସହାୟତା ସେମାନଙ୍କୁ ପ୍ରଦାନ କରାଯିବ।

You might also like